ମାର୍କଣ୍ଡେଶ୍ୱର ସାହି ବୁଢ଼ୀ ମାଆ ତୋଟାରେ “ଆମ ଓଡ଼ିଶା ନବୀନ ଓଡ଼ିଶା “
ପୁରୀ – ୧୭/୦୨ ମାର୍କଣ୍ଡେଶ୍ୱର ସାହି ବୁଢ଼ୀ ମାଆ ତୋଟା ଠାରେ ପୁରୀ ମ୍ୟୁନିସିପାଲିଟି ପକ୍ଷରୁ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ମ୍ୟୁନିସିପାଲିଟିର ୧, ୨,୧୬ ଓ ୧୭ ନମ୍ବର ୱାର୍ଡର ବାସିନ୍ଦାମାନେ ଯୋଗ ଦେଇ ଖୁବ୍ ଧୁମଧାମରେ ପାଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୁରୀ ମ୍ୟୁନିସିପାଲିଟିର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଂଜନ ବେହେରା ଯୋଗଦେଇ ସରକାରଙ୍କର ବିଭିନ୍ନ ଲୋକ ହିତକର ଯୋଜନା ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ପୌର ସଦସ୍ୟ ଭକ୍ତ ଚରଣ ଦାସ, ପୌର ସ୍ବାସ୍ଥ୍ୟ ଅଧିକାରୀ ଆଶୋକ କୁମାର ମିଶ୍ର ଓ ସିଡ଼ିପିଓ ସଂଯୁକ୍ତା କାନୁନଗୋ ଯୋଗଦଇ ଓଡ଼ିଶା ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ।

ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମଞ୍ଚରେ ପୁରସ୍କୃତ କରିଥିଲେ । ପରେ ପରେ ୪ ଟି ୱାର୍ଡର ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ବହି ବଣ୍ଟନ କରାଯାଇଥିଲା । ୱାର୍ଡ ଅଧିକାରୀ ଶିବ ପ୍ରସାଦ ଶତପଥୀ, ଗଣେଶ୍ୱର ଷଡ଼ଙ୍ଗୀ , ଶତୃଘ୍ନ ବାରିକ , ସମାଜସେବୀ ବିନାୟକ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସିଏମଏମୟୁ ମ୍ୟାନେଜର ବିଦ୍ୟାଧର ମଲ୍ଲିକ ମଞ୍ଚ ପରିଚାଳନା କରିଥିବାବେଳେ ନୋଡାଲ ଅଧିକାରୀ ରେଶମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱଚ୍ଛ ସୂପରଭାଇଜର ମାନସୀ ଦେଇ , ସୌମ୍ୟା ହୋତା , ସ୍ୱଚ୍ଛ ସାଥି ସୁଲୋଚନା ଜେଠି, ଜୟନ୍ତୀ ପ୍ରଧାନ , ମନୋରମା ବିଶ୍ଵାଳ ,ମାଣିକ ନନ୍ଦ ଓ ପାୟଲ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
