ପୁରୀ ଜିଲ୍ଲା କଂଗ୍ରେସ କମିଟି ର ସାଙ୍ଗଠନିକ ସମୀକ୍ଷା ବୈଠକ
ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଂପାଦକ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟି ସହ ପ୍ରଭାରୀ ଶ୍ରୀ ମୟୁର. ଏସ. ଜୟକୁମାର ଯୋଗ ଦେଇ ପୁରୀ ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ ବିଭାଗ ତଥା ପ୍ରକୋଷ୍ଠର ସାଙ୍ଗଠନିକ ସମୀକ୍ଷା କରିଥିଲେ । ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସରକାରୀ ବିଫଳତାକୁ ବୁଥସ୍ତରୀୟ କାର୍ଯ୍ୟପନ୍ଥା ଭାବେ ନିର୍ଦ୍ଧାରିତ କରି ଜନସାଧାରଣଙ୍କୁ ଅବଗତ କରେଇବାକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଉପସ୍ଥିତ ଥିବା ବେଳେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ କୁମାର ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ |
