ପୁରୀ ହିଁ ଶ୍ରୀଜଗନ୍ନାଥ ଧାମ
ପୁରୀ ହିଁ ଶ୍ରୀଜଗନ୍ନାଥ ଧାମ
ପୁରୀ,୧୩/୫- ପୁରୀ ହିଁ ଜଗନ୍ନାଥ ଧାମ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଚକ୍ରତୀର୍ଥ ରୋଡ ସ୍ଥିତ ହଲିଡେ ରିସର୍ଟ ଠାରେ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ ପକ୍ଷରୁ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜ ଏହାକୁ ଉଦଘାଟ ନକରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ବିଭାଗ ଅଧ୍ୟକ୍ଷ ପ୍ରଫେସର ଗୋପାଳକୃଷ୍ଣ ଦାଶ ଯୋଗଦେଇ ପୁରୀ ହିଁ କେବଳ ଶ୍ରୀଜଗନ୍ନାଥ ଧାମ ବୋଲି କହିଥିଲେ । ସଂଗଠନ ସଚିବ ଡା. କରୁଣାକର ପ୍ରଧାନ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରତିଷ୍ଠାନର ମହାସଚିବ ଡ.ନରେଶ ଚନ୍ଦ୍ର ଦାଶ ମହାପ୍ରଭୁଙ୍କ ଧ୍ୟାନ ଆବୃତ୍ତି କରିବା ସହିତ ପ୍ରତିଷ୍ଠାନ ସମ୍ବନ୍ଧରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରତିଷ୍ଠାନର ରାଜ୍ୟ ସଭାପତି ସୁଦର୍ଶନ ନାୟକ ଆଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସଚିବ ଡ. ଅସିତ ମହାନ୍ତି କହିଲେ ଶ୍ରୀଜଗନ୍ନାଥ ମହାପ୍ରଭୁ ସ୍ଵୟଂ ପରଂବ୍ରହ୍ମା, ପୁରୁଷୋତ୍ତମ କ୍ଷେତ୍ର ,ପୁରୀ ତାଙ୍କର ପବିତ୍ର ଲୀଳାସ୍ଥଳୀ , ଦାରୁବ୍ରହ୍ମ ରୂପରେ ଆବିର୍ଭୂତ ହୋଇ ଯୁଗ ଯୁଗ ଧରି ବିଭିନ୍ନ ଯାତ୍ରା ଓ ଉତ୍ସବ ମାଧ୍ୟମରେ ଭକ୍ତମାନଙ୍କର କଲ୍ୟାଣବିଧାନ କରୁଛନ୍ତି । ପୁରୀ ହିଁ ତାଙ୍କର ଆବିର୍ଭାବ କ୍ଷେତ୍ର ବୋଲି ଶ୍ରୀମହାନ୍ତି ମତବ୍ୟକ୍ତ କରିଥିଲେ । ଏହି ଆଲୋଚନାଚକ୍ରରେ ଡା. ଆଶୁତୋଷ ମିଶ୍ର, ଡ.ଭାସ୍କର ମିଶ୍ର, ଡ. ବିଜୟ ନାରାୟଣ ରାମାନୁଜ ଦାସ, ଡ. ନରେଶ ଚନ୍ଦ୍ର ଦାଶ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ବିଭିନ୍ନ ଶାସ୍ତ୍ରୀୟ ପ୍ରମାଣ ମାଧ୍ୟମରେ ପୁରୀ ହିଁ ଶ୍ରୀଜଗନ୍ନାଥ ଧାମ ବୋଲି ମତ ଦେଇଥିଲେ । ସନ୍ତୋଷ କୁମାର ପାତ୍ର, ନଳିନୀରଞ୍ଜନ ମିଶ୍ର, ଡ. କଲ୍ୟାଣୀ ନନ୍ଦୀ, ଡ. ଶ୍ରଦ୍ଧାଞ୍ଜଳି କାନୁନ୍ଗୋ, ପୂର୍ଣ୍ଣଚନ୍ଦ୍ର ଗୋଛିକାର, ହରେକୃଷ୍ଣ ପ୍ରତିହାରୀ, ପ୍ରଦୀପ କୁମାର ସାହୁ, ଡା. ଦେବପ୍ରସାଦ ଦାଶ ପ୍ରମୁଖ ଆଲୋଚନାଚକ୍ର ସଂଚାଳନ କରିଥିଲେ। ସଚିବ ଡ. ପ୍ରସନ୍ନ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପ୍ରତିଷ୍ଠାନର ଅର୍ଥ ସଚିବ ରବିନାରାୟଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
