ପୁରୀ କୁମାର ଉତ୍ସବ ସମିତି ପକ୍ଷରୁ ୫୮ ତମ କୁମାର ଉତ୍ସବ ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ

ପୁରୀ କୁମାର ଉତ୍ସବ ସମିତି ପକ୍ଷରୁ ୫୮ ତମ କୁମାର ଉତ୍ସବ ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ପୁରୀ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହେବ। ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅନେକ ସାଂସ୍କୃତିକ ଅନୁଷ୍ଠାନ, ସମ୍ବଲପୁରୀ ଲୋକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ। ତେବେ କାର୍ଯ୍ୟକ୍ରମର ଅନ୍ତିମ ସଂନ୍ଧ୍ୟାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ତାଙ୍କ ଟିମ୍ ସଂଗୀତ ପରିବେଷଣ କରିବେ। ସମସ୍ତ କାର୍ଯ୍ୟକୁ ପୁରୀବାସି ଉପଭୋଗ କରିବା ନିମନ୍ତେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି।‌ ଏଥିସହିତ ଚଳିତବର୍ଷ ଶ୍ରୀକ୍ଷେତ୍ର କୁମାର ଭାବେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଲଗ୍ନଲୋକିତ ତ୍ରିପାଠୀ ଏବଂ ଡିଏଭି ପବ୍ଲିକ ସ୍କୁଲର ଅରୋଶିଖା ରଥଙ୍କୁ ଶ୍ରୀକ୍ଷେତ୍ର କୁମାରୀ ଭାବେ ସମ୍ମାନିତ କରାଯିବ। ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, ଚକ୍ରଧର ମହାପାତ୍ର, ଅମରେନ୍ଦ୍ର ପାଇକରାୟ, ଅନୁଷ୍ଠାନର ସାଧାରଣ ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *