ପୁରୀ ଫଟୋ ଆଣ୍ଡ ଭିଡିଓ ଟ୍ରେଡ଼ର୍ସ ଆସୋସିଏସନ ପ୍ରତିଷ୍ଠା ଉତ୍ସବ

ପୁରୀ ଫଟୋ ଆଣ୍ଡ ଭିଡିଓ ଟ୍ରେଡ଼ର୍ସ ଆସୋସିଏସନ ପ୍ରତିଷ୍ଠା ଉତ୍ସବ ପୁରୀ ଜିଳସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ସଭାପତି ରବିନାରାୟଣ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଡାକ୍ତର ହାରିବଲ୍ଳବ ମହାପାତ୍ର, ବରିଷ୍ଠ ଫୋଟୋଗ୍ରାଫର ଆଦିତ୍ୟ କୁମାର ବିଶୋଇ,ରଂଜିତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସମ୍ପାଦକ ରଞ୍ଜନ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଉଲେଖନୀୟ ଅବଦାନ ପାଇଁ ୧୦ ଜଣ ବ୍ୟକ୍ତିଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉତ୍ସବ ପୂର୍ବରୁ ରାଣୀସତୀ ଭବନ ଠାରେ ସଙ୍ଘ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ୧୦୦ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆସନ୍ତା ମାସରେ ସଙ୍ଘ ପକ୍ଷରୁ ଏକ ମେଗା ମଧୁମେହ ଶିବିର ଆୟୋଜନ କରାଯିବ ବୋଲି ସଙ୍ଘ ପକ୍ଷରୁ ଉତ୍ସବରେ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *