ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା।

ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ଅପରେସନ white ମେଟାଲରେ ପୁରୀ ପୋଲିସକୁ ମିଳିଲା ସଫଳତା। ଆଉ ସମୁଦାୟ ୮୦ଲକ୍ଷ ଟଙ୍କାର property ଯେଉଁଥିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି ଚନ୍ଦନପୁର ଥାନା ପୋଲିସ। ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଡିଆଇଜି ସତ୍ୟଜିତ୍ ନାୟକ ଏବଂ ପୁରୀ ଏସପି ପ୍ରତୀକ ସିଂ। ତେବେ ପୁରୀ ଏସପି ପ୍ରତୀକ ସିଂ ଙ୍କ ସୂଚନା ଅନୁଯାୟୀ ଗତ ନଭେମ୍ବର ୨୦ ତାରିଖରେ ପୁରୀ ଚନ୍ଦନପୁର ଥାନା ସମଯାଜପୁର ଓଭର ବ୍ରିଜ ନିକଟରେ ରାଧାକାନ୍ତ ଜୁଏଲାରୀ ମାଲିକ ସଞ୍ଜୟ କୁମାର ଦାସ ଲୁଟ୍ ର ଶିକାର ହୋଇଥିଲେ‌। ଏକ ଚାରିଚକିଆ ଯାନରେ ସୁନାଗହଣା ସହିତ ଟଙ୍କା ନେଇ ଯାଉଥିବା ସମୟରେ ତିନିଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧକୁ ଦେଖାଇ ଲୁଟ୍ କରି ଫେରାର ହୋଇଯାଇଥିଲେ। ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହେବା ପରେ ପୁରୀ ଏସପି ପ୍ରତିକ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଟିମ୍ ଗଠନ ହୋଇଥିଲା। ପୋଲିସ ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ସୁନାଗହଣା ସହିତ ଲକ୍ଷାଧିକ ଟଙ୍କା ଜବତ କରିଥିଲା। ଅଭିଯୁକ୍ତଙ୍କ ଠାରୁ ପୁରୀ ପୋଲିସ ୧୩୨ ଗ୍ରାମର ସୁନାଗହଣା, ୩୧ କେଜି ରୂପା, ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ ବନ୍ଧୁକ ସହ ଦୁଇଟି ଜୀବନ୍ତ ଗୁଳି, ଗୋଟିଏ କାର, ବାଇକ ଏବଂ ୬ ଟି ମୋବାଇଲ ଫୋନ୍ ଜବତ କରିଛି। ଜବତ ସୁନା ଅଳଙ୍କାରର ମୂଲ୍ୟ ୭୮ ଲକ୍ଷ ୯୬ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି।(ତେବେ ଚନ୍ଦନପୁରର ରାଧାକାନ୍ତ ଜୁଏଲାରୀ ମାଲିକଙ୍କୁ ଲୁଟ ଘଟଣାରେ ପୁରୀ ପୋଲିସକୁ ସଫଳତା। ତେବେ ଏ ନେଇ ଡିଆଇଜି ସତ୍ୟଜିତ ନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା। ପୋଲିସ ପକ୍ଷରୁ ୪ଜଣ ଲୁଟେରା ଗିରଫ।

ସେମାନଙ୍କ ଠାରୁ ୧୩୨ଗ୍ରାମର ୮ଟି ସୁନା ନେକଲେସ ଓ ୩୧କେଜି ରୁପା ଅଳଙ୍କାର, ୬ଲକ୍ଷ ଟଙ୍କା ଓ ସ୍କୋଡା କାର ଓ ଗୋଟେ ବାଇକ ଏବଂ ୬ଟି ମୋବାଇଲ ଫୋନ ସହ ଦୁଇଟି ଅଫୁଟା ଗୁଳି ଏକ ମାଉଜର ଜବତ। ତେବେ ସମୁଦାୟ ୭୮ଲକ୍ଷ ୯୬ହଜାର ଟଙ୍କାର ସୁନା ଓ ଟଙ୍କା ଜବତ।ତେବେ ଲୂଟ ଅଭିଯୁକ୍ତ ହେଲେ ଏମବିଏ ଛାତ୍ର ଵାଲେଶ୍ୱରର ୨୨ବର୍ଷୀୟ ଶୁଭ୍ରଜିତ ମହାନ୍ତି, ଆନ୍ଦ୍ର ପ୍ରଦେଶ ବିଶାଖାପାଟଣାର ୨୪ବର୍ଷୀୟ ଏମ ଗୌତମ, କୁମ୍ଭାରପଡାର ପ୍ରଶାନ୍ତ ପ୍ରଧାନ ଓ ଚନ୍ଦନପୁରର ଟୁକୁ ନାୟକ.. ତେବେ ପୁରୀ ପୋଲିସ ପକ୍ଷରୁ ଏସପିଙ୍କି ନିର୍ଦେଶ କ୍ରମେ ଦୁଇଟି ଟିମ ତଦନ୍ତ ପାଇଁ ଗଠନ ହୋଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଚନ୍ଦନପୁର ଥାନା ଅନ୍ତର୍ଗତ ଦୋଳଗୋବିନ୍ଦପୁରର‌ ଟୁକୁ ନାୟକ, ପୁରୀ ଭିଆଇପି ରୋଡର ପ୍ରଶାନ୍ତ ପ୍ରଧାନ, ବିଶାଖାପାଟଣାର‌ ଏମ୍ ଗୌତମ ଏବଂ ବାଲେଶ୍ବରର ‌ଶୁଭ୍ରଜିତ ମହାନ୍ତି।‌ ଘଟଣାରେ ୭ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାବେଳେ ଖୁବଶୀଘ୍ର ପୋଲିସ ଆଉ ତିନିଜଣଙ୍କୁ ଗିରଫ କରିବ ବୋଲି କହିଛନ୍ତି ଏସପି। ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଟୁକୁ ଏବଂ ପ୍ରଶାନ୍ତ ବୋଲି ଏସପି କହିଛନ୍ତି।

Leave a Reply

Your email address will not be published. Required fields are marked *