ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ପୁରୀ ପୋଲିସର ପ୍ରତିଷେଧମୂଳକ ପଦକ୍ଷେପ
ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ପୁରୀ ପୋଲିସର ପ୍ରତିଷେଧମୂଳକ ପଦକ୍ଷେପ l ଜିଲ୍ଲାରେ ଆଇନଶୃଙ୍ଖଳା ବଜାୟ ରଖିବା, ଅପରାଧ ନିୟନ୍ତ୍ରଣ କରିବା ତଥା ଅପରାଧର ପୁନରାବୃତ୍ତି ରୋକିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଦୃଢ଼ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି।ଏହି କ୍ରମରେ, ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୧୨୯ ଅନୁଯାୟୀ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ପୁରୀ ପୋଲିସ ପକ୍ଷରୁ ମୋଟ ୨୮୩ଟି ପ୍ରସ୍ତାବ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରାଯାଇଛି। ଏହି ପ୍ରତିଷେଧମୂଳକ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଅପରାଧୀମାନଙ୍କୁ ଭବିଷ୍ୟତରେ ଅପରାଧିକ କାର୍ଯ୍ୟକଳାପରୁ ନିବୃତ୍ତ ରଖିବା, ସାଧାରଣ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା। ଏହା ମଧ୍ୟରୁ ୭୩ ଜଣଙ୍କୁ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କ ଦ୍ୱାରା ସଦାଚରଣ ବଜାୟ ରଖିବା ପାଇଁ ଗୁଡ୍ ବିହେଭିୟର ବଣ୍ଡ (Good Behaviour Bond) ସ୍ୱାକ୍ଷର କରାଯାଇଛି।ଜିଲ୍ଲାରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସର ଏଭଳି ପ୍ରତିଷେଧମୂଳକ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।ପୁରୀ ପୋଲିସ୍
