ବର୍ଷକ ରେ ବାରମାସ ମଧ୍ୟେ
ଛଅ ଋତୁ କଥା ଜାଣ
ଛଅ ଋତୁ ମଧ୍ୟରୁ ଗୋଟିଏ
ବର୍ଷା ଋତୁ ଅଟେ ପୁଣ।
ଆଷାଢ଼ ଶ୍ରାବଣ ମାସ ଦୁଇଟି ଯେ
ବର୍ଷା ଋତୁ ଅଟେ ପୁଣ
ଭାଦ୍ରବ ଆଶ୍ଵିନ ମାସ ରେ ଯେ ମଧ୍ୟ
ବର୍ଷା ହୁଏ ଘନଘନ।
କୃଷକ ମନରେ ଆନନ୍ଦ ହୁଅଇ କ୍ଷେତକୁ ଦିଅଇ ପାଣି
ଗଛଲତା ସବୁ ସତେଜ ହୁଅନ୍ତି
ସେମାନଙ୍କ ମନ ଜାଣି।
ସାଧବ ବୋହୁ ଟି ଘାସ ବଗିଚା ରେ ଚାଲଇ ହରଷ ମନେ
ପୃଥିବୀ ମାତାଯେ ସୁନ୍ଦର ଦିଶନ୍ତି
ଘାସ ବଗିଚା ରେ ଧ୍ୟାନେ।
ବାଡ଼ି ବଗିଚାରେ କେତେ ଯେ ଫସଲ
ଉପୁଜେ କୃଷକ ପୁଅ
ବିଲ କିଆରୀରେ ବରଷା ପାଣିରେ ଛୁଟୁଛି ଯେ କେତେ
ସୁଅ।
ନଦୀ ପୁଷ୍କରିଣୀ ଉଛୁଳି ପଡିବ
ବରଷା ପାଣିରେ ଜାଣ
ପୃଥିବୀ ପୃଷ୍ଠରେ ଥଣ୍ଡା ପଡିଥାଏ
ବରଷା ପ୍ରଭାବେ ପୁଣ।
ମହୀ ମଣ୍ଡଳ କୁ ଥଣ୍ଡା କରି ଦିଏ
ଏହି ଯେ‌‌ ବରଷା ରାଣୀ
ସମୟ ସ୍ରୋତରେ ସମସ୍ତେ ଖୁସି ଯେ
ବରଷା ପ୍ରଭାବେ ପୁଣି।


ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *