ନିଷ୍କାସନ ହେଇପାରୁନି ବର୍ଷା ଜଳ: ରାସ୍ତା ଅବରୋଧ କଲେ ସ୍ଥାନୀୟବାସିନ୍ଦା।

ଭଦ୍ରକ ,୨୩/୭:- ଭଦ୍ରକ ସହରୀ ବିକାଶର ଅନ୍ଧାରୀ ଚିତ୍ର ।ଭଦ୍ରକ ପୁରୁଣାବଜାର ଥାନା ସମ୍ମୁଖରେ ଆଣ୍ଠୁଏ ପାଣି ।ମୁଖ୍ୟ ରାସ୍ତାକୁ ଅବରୋଧ କଲେ ସ୍ଥାନୀୟ ଲୋକେ। ନା ଆଜି ଯାଏ ଡ୍ରେନଟେ ହୋଇପାରଲା ନା ଭଲ ରାସ୍ତାଟେ ମିଳି ପାରିଲା। ବର୍ଷ ବର୍ଷ ଧରି ଏଭଳି ଯନ୍ତ୍ରଣା ଭୋଗୁଛନ୍ତି ଅଞ୍ଚଳବାସୀ । ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଲୋକମାନଙ୍କର ମୈାଳିକ ସୁବିଧାରେ ସୁଧାର ଆଣିବାକୁ ଚେଷ୍ଟିତ ହେଉଥିବା ବେଳେ ଲୋକପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଓ ଅସହଯୋଗ ଯୋଗୁଁ ସେ ଏଥିରେ ସଫଳ ହୋଇପାରୁନଥିବା ପରିଲକ୍ଷିତ ହେଉଛି ।

Leave a Reply

Your email address will not be published. Required fields are marked *