ଶତାୟୁ ମହିଳାଙ୍କ ପରଲୋକ।
ବନ୍ତ,୨୩/୭:ଦେଉଳା ରହଣିଆ ସାହୀର ପବିତ୍ରା ନାୟକଙ୍କର ୧୦୩ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ଧର୍ମ ପରାୟଣା,ପରୋପକାରୀ ସରଳ,ନିଷ୍କପଟ ମହିଳା ଥିଲେ । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗାକ୍ରାନ୍ତ ହୋଇ ନିଜ ବାସଭବନରେ ଚିକିତ୍ସାଧୀନ ରହିଥିଲେ । ପରଲୋକ ବେଳକୁ ତାଙ୍କର ୩ ପୁଅ ଦୀନବଂଧୁ,ସୁବାସ,ମଦନ,ବୋହୂ,୨ଝିଅ,ଜ୍ୱାଇଁ,ନାତୁଣୀ ଓ ନାତୁଣୀ ଜ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କର ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଆସି ଶେଷ ଦର୍ଶନ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
