ଚାନ୍ଦବାଲିରେ ରଜ ମହୋତ୍ସବ ପାଳନ। ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ,
ଚାନ୍ଦବାଲି, ୧୫/୦୬ଓଡ଼ିଆ ଅସ୍ମିତାର ଗଣପର୍ବ ପବିତ୍ର ରଜ ମହୋତ୍ସବ ସୋମବାର ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ପାଳନ କରା ଯାଇଛି।ଏହି କାର୍ଯ୍ୟକ୍ରମ ର ସଭାପତିତ୍ୱ କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ସୁତାର।ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗଦେଇ ଥିଲେ।ପ୍ରଥମେ ଭାରତ ମାତା ଓ ଫକୀରମୋହନ ସେନାପତି ଙ୍କ ଫୋଟ ଚିତ୍ର ରେ ମାଲ୍ୟାରର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।ରଜ ପର୍ବ ପାଇଁ ସମସ୍ତ ପ୍ରସ୍ତୁତି ଅନୁଯାୟୀ ବିଭିନ୍ନ ପ୍ରକାରର ଫଳ ମୂଳ ସହିତ ମିଠା, ଆମ୍ବ, ପଣସ, ନଡ଼ିଆ କଦଳୀ ,ଲଡୁ ସୁଆଦିଆ ଖାଦ୍ୟ ଆୟୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପିର ହଜାର ହଜାର କର୍ମୀମାନେ ଯୋଗ ଦେଇଥିଲେ। ଓଡ଼ିଆ ପରମ୍ପରାକୁ ବଜାୟ ରଖିବା ପାଇଁ ଏହା ହେଉଛି ଓଡ଼ିଆଙ୍କ ପରିଚୟ। ଏଣୁ ବିଜେପିର ସମସ୍ତ କର୍ମୀମାନେ ରଜ ପର୍ବ ମାଧ୍ୟମରେ ଓଡ଼ିଆ ଅସ୍ମିତା ଓ ପରମ୍ପରା କୁ ଲୋକଙ୍କ ପାଖରେ ପହଞ୍ଚେଇବା ଲକ୍ଷ୍ୟ ବୋଲି ଆୟୋଜନ କରାଯାଇଛି। ପିଠାପଣା ସାଙ୍ଗକୁ କୁନି କୁନି ପିଲାମାନଙ୍କ ନାଚ ଏବଂ ଭଜନରେ ବିଜୁ ସ୍ମୃତି ଭବନଟି ପ୍ରକମ୍ପିତ ହୋଇପଡିଥିଲା । ଓଡ଼ିଶାର ଜନ ମାନସରେ ରଜ ହେଉଛି ଗଣ ପର୍ବ, ଚାଷୀ ମାନଙ୍କର ପର୍ବ, ଝିଅ ମାନଙ୍କର ପର୍ବ।

ତିନି ଦିନ ଧରି ଏହି ପର୍ବ ପାଳନ କରା ଯାଇଥିଲା ବେଳେ ଚାଷୀ ଓ ମାତୃଭୂମି କୁ ବିଶ୍ରାମ ଦିଆଯାଇ ଥାଏ।ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଆ ପରମ୍ପରା ସହିତ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇ ଥିବା ରାଜ୍ୟ ସଭାପତି କହିଛନ୍ତି। ଶେଷରେ କୁନି କଳାକାରମାନଙ୍କୁ ପ୍ରଶଂସା କରି ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦଳ କମଳାକାନ୍ତ ସୁତାର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ରାଉଳ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର ରାଉଳ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅଜୟ ନାୟକ, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଚନ୍ଦନ ରାଉତ,ବରିଷ୍ଠ ନେତା ପୂର୍ଣ୍ଣ ପାଣି,ସମିତି ସଭ୍ୟ ଅଭୟ ବଳ,ଜଗନ୍ନାଥ ରାଉତ, ସୁଶାନ୍ତ ପୁହାଣ,ବିକାଶ ବେହେରା, ଦିଲ୍ଲୀପ ରାଉତ, ମୀନ କେତନ ବିଶ୍ୱାଳ,ସବ୍ୟସାଚୀ ମହାନ୍ତି, ପ୍ରଭାଷ ସୁଭଦର୍ଶନ ମହାନ୍ତି,ତ୍ରିଦୀବେଶ ପ୍ରଧାନ, ସନ୍ଦୀପ କୁମାର ନାୟକ, ପ୍ରବୀର ରାଉତ,ଅଜୟ ଦାସ, ରୁଦ୍ର ମହାନ୍ତି, ପିତାମ୍ବର ଦାସ, ଜିତେନ୍ଦ୍ର ସାମଲ, ରତିକାନ୍ତ ନାୟକ, ଧନଞ୍ଜୟ ଟୁଡୁ, ବିଶ୍ୱଜିତ ବିଶ୍ୱାଳ, ରୁତୁରାଜ ଦାସ, ପ୍ରକାଶ ରାଉଳ,ବିଜୟ କୁମାର ବେହେରା, ଅଞ୍ଜନ ଦାସ ,କିଷାନ ପାତ୍ର,ସରପଞ୍ଚ ଭାରତୀ ବିଶ୍ୱାଳ,ନାରୀ ନେତ୍ରୀ ସ୍ଵାଗତିକା ପଲାଇ,ବନ୍ଦିତା ଦାସ,ସୌଦାମିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ l
