ଭଦ୍ରକ ଆଗରପଡା ର ପୁରୁଷଣ୍ଟ ସଂସଦ ତରଫରୁ ରଜ ମହୋତ୍ସବ ପାଳିତ
ଭଦ୍ରକ ର ଭଣ୍ଡାରୀପୋଖରୀର ବ୍ଲକ ଅନ୍ତର୍ଗତ ଆଗରପଡା ର ପୁରୁଷଣ୍ଟ ସଂସଦ”ତରଫରୁ ରଜ ମହୋତ୍ସବ ପଡିଆ ଠାରେ ପାଳିତ ହୋଇଯାଇଅଛି। ପୁରୁଷଣ୍ଟ ସଂସଦ ସଭାପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମ ସଂସଦ ର ମୁଖ୍ୟ ଉପଦେଷ୍ଟା ଓଡ଼ିଶାର ଗଣପର୍ବ “ରଜପର୍ବ”ପାଳନ ବିଷୟରେ ଭାଇଚାରାର ଭାବ ସୃଷ୍ଟି ହୁଏ ବୋଲି ମତ ରଖିଥିଲେ। ଉପଦେଷ୍ଟା ରଜ ପର୍ବ କୃଷି କାର୍ଯ୍ଯ କୁ ଆହ୍ବାନ ଦେଇଥିବାରୁ ସମସ୍ତ ଜନସାଧାରଣଙ୍କ ମନରେ ଭାତୃଭାବ ଜାଗ୍ରତ ହୁଏ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମ୍ପାଦକ ,ଉପଦେଷ୍ଟା , ଉପସଭାପତି କହିଥିଲେ ଭାଇଚାରାର ପର୍ବ ଓ ଗଣ ପର୍ବ ବିଷୟ ରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ରେ ସକ୍ରୀୟ ସଦସ୍ଯ ସହଯୋଗ କରିଥିଲେ। ଅନୁଷ୍ଠାନ ତରଫରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
