ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସମାବେଶ

ଶେଷଦେଵ ନନ୍ଦ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଆଙ୍କର – ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ର ବାଲିକୁଦା ଠାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।

ଆସନ୍ତା 2024 ସାଧାରଣ ନିର୍ବାଚନରେ ଓଡ଼ିଶାର 147 ଆସନରେ ବିଧାୟକ ପ୍ରାର୍ଥୀ ହେବ ନବନିର୍ମାଣ କୃଷକ ସଙ୍ଗଠନ । ଓଡ଼ିଆ ରେ ଚାଷୀ ସରକାର କରିବ ବୋଲି ଦୃଢତୀ ପ୍ରକାଶ କରିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର । ତେବେ ଏହି ସମାବେଶରେ ବହୁ ସଂଖ୍ୟାରେ ଚାଷୀ ତଥା ନବନିର୍ମାଣ କୃଷକ ସଙ୍ଗଠନ ର ଶତାଧିକ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ । ତେବେ 2024 ସାଧାରଣ ନିର୍ବାଚନ ରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ସାଧାରଣ ଜନତା ଭୋଟ ଦେବେ ବୋଲି ଆଶା ରଖିଛନ୍ତି ଚାଷୀ ନେତା ଶେଷଦେଵ ନନ୍ଦ ।

Leave a Reply

Your email address will not be published. Required fields are marked *