ଶ୍ରୀରାମ ନବମୀ ନେଇ ପୋଲିସ ର ଫ୍ଲାଗ ମାର୍ଚ୍ଚ ଭଦ୍ରକ ସହର ରେ
ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ଭଦ୍ରକ ପୋଲିସ ପ୍ରଶାସନ ପକ୍ଷରୁ ଆଜି ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି ଗୋଶାଳା ଛକରୁ ଏହି ପୋଲିସ ପଇଁତରା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା ଦଙ୍ଗା ନିୟନ୍ତ୍ରଣ ଯାନର ସାଇରନ ବଜାଇ ଆଗେ ଆଗେ ଚାଲିଥିଲା ପଛେ ପଛେ,ବିଏସଫ, ସିଆରପିଏଫ, ଓଡିଶା ପୋଲିସ ବିଭିନ୍ନ ବିଭାଗ କର୍ମଚାରୀ ଫ୍ଲାଗମାର୍ଚ୍ଚ ରେ ଅଂଶଗ୍ରହଣ କରିଥିଲେ ପୁରୁଣାବଜାର ଥାନା ଚନ୍ଦନ ବଜାର ,ସନ୍ଥିଆ, ମୋଚିଛକ, ଟାଉନ ହଲଦେଇ ପୁଣି ଗୋଶାଳା ଫ୍ଲାଗମାର୍ଚ୍ଚ ପହଞ୍ଚି ଥିଲା ଭଦ୍ରକ ଏସପି ଶ୍ରୀ ବରୁଣ ଗୁଣ୍ଡ ପାଲି ଙ୍କ ନେତୃତ୍ବ ରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ପୁରୁଣାବଜାର ଥାନା ପରିସର ରେ ଏସପି ଶ୍ରୀ ଗୁଣ୍ଡୁପାଲି ଗଣମାଧ୍ୟମ କୁ ଆଇନ ଶୃଙ୍ଖଳା ସୂଚନା ପ୍ରଦାନ କରିଥିଲେ ସେ କହିଥିଲେ, ଏଥର ସହରର ନବମୀ ଶୋଭାଯାତ୍ରା ପାଇଁ ୩୭ ପ୍ଲାଟୁନ ଫୋର୍ସ ମୁତୟନ ହେବ ୪ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମେତ ୧୫ଜଣ ଡିଏସପି ଓ ୧୫ ଆଇଆଇସି ଶୃଙ୍ଖଳା ଦାୟିତ୍ବ ରେ ରହିବେ ସେହିଭଳି ସୋସିଆଲ ମିଡ଼ିଆ ଉପରେ କଡା ନଜର ରଖାଯିବ ଏଥିପାଇଁ ସ୍ବତନ୍ତ୍ର ଟିମ ଗଠିତ କରାଯାଇଛି, କୌଣସି ପ୍ରକାର ର ଉଦ୍ଦେଶ୍ଯ ମୂଳକ ପୋଷ୍ଟ ବା ଆପତ୍ତି ଜନକ ବାର୍ତ୍ତା କୁ ବରଦାସ୍ତ କରାଯିବ ନାହିଁ ,ଏହି ଫ୍ଲାଗମାର୍ଚ୍ଚ ରେ ସିଟି ଡିଏସପି ଅଂଶୁମାନ ତ୍ରିବେଦୀ,ଡିଏସପି ଡିଆଇବି ପ୍ରଭାତ ବିଶ୍ଵାଳ ,ଟାଉନ ଥାନା ଆଇଆଇସି ବିରେନ୍ଦ୍ର କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ
