ଧାମନଗର ବିଜେଡିରେ ଗୋଷ୍ଠୀକନ୍ଦଳ ବଢୁଛି ଡାକ୍ତର ସଞ୍ଜୟ ଦାସ ଙ୍କ ପାଇଁ ଅଡ଼ୁଆ

ଧାମନଗର ବିଜେଡି କଳି ପଦାକୁ ଆସିଛି ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଏବେରେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ଙ୍କ ବିରୋଧ ରେ ମେଳି କରିଛନ୍ତି ,ବିଜେଡିର ଏକ ଶକ୍ତିଶାଳୀ ଗୋଷ୍ଠୀ ଯାହାକି ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ଙ୍କ ପାଇଁ ଅଡ଼ୁଆ ବଢାଇଛି ସୂଚନା ଅନୁଯାୟୀ ଏହି ବ୍ଲକ ଖପରପଦା, ପଞ୍ଚାୟତ ଲୁଣିଆ ମେଲଣ ପଡିଆ ଠାରେ ଏକ ବିଜେଡି ର ଏକ ବୈଠକ ଦଳର ବରିଷ୍ଠ ନେତା ତଥା ବିବିସିସି ବ୍ୟାଙ୍କ ର ପ୍ରାକ୍ତନ ସଭାପତି ରଘୁନାଥ ଲେଙ୍କା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି, ଏଥିରେ ଅର୍ଜୁନପୁର ପଞାୟତ ର ସମିତି ସଭ୍ଯ ବିଦ୍ୟାଧର ରାଉତ, କୋଠାର ସମବାୟ ସମିତିର ସଭାପତି ହରେକୃଷ୍ଣ ପାଢୀ, ଧୂଷୁରୀ ପଞ୍ଚାୟତ ସମିତି ସଭ୍ଯ କାହ୍ନୁଚରଣ ସ୍ବାଇଁ, ଦୟାଙ୍ଗ ଡିହ ପଞ୍ଚାୟତ ର ବରିଷ୍ଠ ନେତା ଭାଗବତ ପାତ୍ର, ଧାମନଗର ବାରକାଉସିଲ ର ସଭାପତି ଅଶୋକ ଦାସ, ଭଟ୍ଟସାହି ପଞ୍ଚାୟତ ର ବରିଷ୍ଠ ନେତା ଭାଗବତ ପାତ୍ର, ନିରାକାର ଜେନା, ଏହା ଛଡା ଧାମନଗର ନିର୍ବାଚନ କ୍ଷେତ୍ର ର ୧୮ ଟି ପଞ୍ଚାୟତ ରୁ ଅଧିକ ବରିଷ୍ଠ ବିଜେଡି ନେତୃବୃନ୍ଦ ଯୋଗ ଦେଇଥିଲେ ଆଗାମୀ ସାଧାରଣ ନିର୍ବାଚନ ଯଦି ବିଜେଡି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଙ୍କ ନେତୃତ୍ବ ରେ ଲଢେ, ତେବେ ସେମାନେ ସହଯୋଗ କରିବେ ନାହଁ ବୋଲି ବୈଠକ ରେ ନିଷ୍ପତି ନିଆଯାଇଛି

Leave a Reply

Your email address will not be published. Required fields are marked *