ରଥଖଳାକୁ ଆସି ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ ପୁରୀ ଜିଲ୍ଲାପାଳ

ରଥଖଳାକୁ ଆସି ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ମୁଖ୍ୟ ବିଶ୍ଵକର୍ମା ଏବଂ ରଥ ନିର୍ମାଣ କାରୀ ସେବକଙ୍କ ସହିତ ଆଲୋଚନା କରିଛନ୍ତି ଜିଲ୍ଲାପାଳ। ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତୁମ୍ବରେ ବିନ୍ଧ ଅନୁକୂଳ ପରେ ଏବେ ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି ମହାରଣା। ସେହିପରି ପର୍ଯ୍ୟାୟ କ୍ରମେ ରଥକାଠ ଆସି ପୁରୀରେ ପହଞ୍ଚୁଥିବା ବେଳେ ସମସ୍ତ ରଥକାଠ ସମୟ ପୂର୍ବରୁ ପହଞ୍ଚିଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଅନ୍ୟପଟେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୧୬୦୦ ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବ। ପାର୍କିଂ ବ୍ୟବସ୍ଥା, ଡ୍ରେନ୍ ସଫେଇ, ରାସ୍ତାଘାଟ ମରାମତି ଏବଂ ନିର୍ମାଣ ଏସବୁକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ

Leave a Reply

Your email address will not be published. Required fields are marked *