ଗୁହାଳପୁର ଜଗନ୍ନାଥ ମନ୍ଦିରରେ ରତ୍ନମୁଦ ଉତ୍ସବ
ଗୁହାଳପୁର ଜଗନ୍ନାଥ ମନ୍ଦିରରେ ରତ୍ନମୁଦ ଉତ୍ସବ କୋଣାର୍କ () – କୋଣାର୍କ ନିକଟସ୍ଥ ଅବଦାନ ପଞ୍ଚାୟତ ଗୁହାଳପୁର ଗ୍ରାମରେ ନିର୍ମାଣାଧୀନ ନୂତନ ଜଗନ୍ନାଥ ମନ୍ଦିରରେ ରତ୍ନମୁଦ ଉତ୍ସବ ପବିତ୍ର କୃଷ୍ଣ ପକ୍ଷ ନବମୀ ତିଥିରେ ମହା ଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଗୁହାଳପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ବିଶାଳ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ରତ୍ନମୁଦ ଉତ୍ସବ ପରିପ୍ରେକ୍ଷୀରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅପରାହ୍ନରେ ୧୦୦ ବସ୍ଥା ପଞ୍ଚ ଶସ୍ୟ, ସୁନା, ରୂପା ଆଦି ଅଷ୍ଟ

ଧାତୁ ସହ ଟଙ୍କା ଆଦି ଦାନ ଦ୍ଵାରା ଭରାଯାଇ ରତ୍ନ ମୁଦ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ। ଗାଁ ପରିବେଶ ଭଜନ କୀର୍ତ୍ତନରେ ମୁଛରିତ ହୋଇଥଲା। ନଗର କୀର୍ତ୍ତନ, ସଙ୍କୀର୍ତ୍ତନ ଓ ଭଜନ ସନ୍ଧ୍ୟାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପରିଶେଷରେ ହଜାରରୁ ଅଧିକ ଲୋକଙ୍କ ପାଇଁ ପ୍ରାସାଦ ସେବନ ବ୍ୟବସ୍ଥା କରାଯାଇଥିଲା।
