ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ମାଁ ମଝିଘରିୟାଣୀ ମନ୍ଦିର ବାର୍ଷିକ ଉତ୍ସବ ପାଳନ

ରାୟଗଡ଼ା : ତା :୧୯/୦୬/୨୪ ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ମାଁ ମଝିଘରିୟାଣୀ ମାଁଙ୍କ ଦିତୀୟ ବାର୍ଷିକୀ ଉତ୍ସବ ପାଳନ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଜେମାଦେଇପେଣ୍ଠ ମାଁ ମଝିଘରିୟାଣୀ ମାଁଙ୍କ ଦିତୀୟ ବାର୍ଷିକୀ ଉତ୍ସବ ପାଳନ ଅବସରରେ ମାଁଙ୍କ ଘଣ୍ଟ ପର୍ବ ବଡରାଇସିଂ ଗ୍ରାମରୁ ବାହାରି ଆଖପାଖ ସମସ୍ତ ଗ୍ରାମକୁ ଘଣ୍ଟ ପରିକ୍ରମା କରିବା ପରେ ଜେମାଦେଇପେଣ୍ଠ ମାଁ ମଝିଘରିୟାଣୀ ମାଁଙ୍କ ମନ୍ଦିରରେ ପହଞ୍ଚି ପୂଜା ଅର୍ଚ୍ଚନା କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମକୁ ମାଁ ମଝିଘରିୟାଣୀ ମାଁଙ୍କ ମନ୍ଦିର ଟ୍ରଷ୍ଟ ସଭାପତି ଶ୍ରୀ ଯୋଗେଶ୍ଵର ଦାସ ଏବଂ ସମ୍ପାଦକ ଶ୍ରୀ କଣ୍ଡାଗରି ରାମ ବାବୁ ଏବଂ ମାଁ ମଝିଘରିୟାଣୀ ରାଜ ମେସ୍ତ୍ରୀ ସଂଘ ସଭାପତି ଶ୍ରୀ ଟି ଗୋବିନ୍ଦ ଏବଂ କେ ଭେଙ୍କେଟିଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାପତି ମହନ ରାଓ ମାଝୀ , ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , ମହିଳ ନେତ୍ରୀ ଶ୍ରୀମତୀ ଉଷା ରାଣୀ ଦାଶଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମସ୍ତ ଗ୍ରାମରୁ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ଵ ମାନସିକଧାରୀ ଭକ୍ତ ଏବଂ ଶ୍ରଦ୍ଧାଳୁ ଯୋଗ ଦେଇ ତାଙ୍କର ମନସ୍କାମନା ପୂର୍ଣ୍ଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପୂଜକ ଭାବେ ଜାନୀ ରାଜୁ ବାବୁ , ସନ୍ତୋଷ ଦାଶ ଏବଂ କୁଶାଲ ପାତ୍ର ପୂଜାର୍ଚ୍ଚନା ଏବଂ ପୂଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏହି ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜେମାଦେଇପେଣ୍ଠର ସହ ୫୦ ଟି ଆଖପାଖ ଗ୍ରାମର ତିନି ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଟ୍ରଷର ସଙ୍କର ବାବୁ , ମୁକୁନ୍ଦ ବାବୁ , ସାଇ ବାବୁ , ପ୍ରମୋଦ ଦାସ , ଧନୁଷ , ଲୋକନାଥ ଚୋୖଧୁରୀ , ବିଜୟ ଚୋୖଧୁରୀ , ପ୍ରଶାଦ ବାବୁ ସ‌ହଯୋଗ କରିବା ସହ ପରିଚାଳନା କରିଥଲେ

Leave a Reply

Your email address will not be published. Required fields are marked *