ସମ୍ବିଧାନ ର ସୁରକ୍ଷା ପାଇଁ ସି.ପି.ଆଇ(ଏମ.ଏଲ) ରେଡ୍ ଷ୍ଟାର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

*ଭଞ୍ଜନଗର, ୨୯/୦୪. ସି.ପି.ଆଇ (ଏମ-ଏଲ) ରେଡ୍ ଷ୍ଟାର ପାର୍ଟି ପକ୍ଷରୁ ଭଞ୍ଜନଗର ବିଧାନସଭା ପାଇଁ ଆଦିବାସୀଙ୍କ ଲଢୁଆ ନେତା ଟୁନା ମଲ୍ଲିକ ଆଜି ନାମାଙ୍କନ ଦାଖଲ କରିଛନ୍ତି। ଟୁନା ମଲ୍ଲିକ ଆଦିବାସୀଙ୍କ ଜମି, ଜଙ୍ଗଲ ଜଳ, ଖଣି ଓ ପରିବେଶ ର ଅଧିକାର ପାଇଁ ସର୍ବଭାରତୀୟ ସ୍ତରରେ ସଂଘର୍ଷ ଜାରି ରଖିଥିବା ବେଳେ ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ରାଜ୍ୟ କମିଟି ସଦସ୍ୟ ଅଟନ୍ତି। ୨୦୨୪ ନିର୍ବାଚନ ଅତି ସ୍ବତନ୍ତ୍ର ସମୟ ଅଟେ। ଫାସିବାଦ ଆର୍ ଏସ୍ ଏସ୍/ବିଜେପି ଯଦି ପୁଣି ଥରେ କ୍ଷମତାସୀନ ହେବ ତେବେ ଦେଶର ଗଣତନ୍ତ୍ର, ସମ୍ବିଧାନ ଏବଂ ସାର୍ବଭୌମତ୍ବ କୁ ଧ୍ବଂସ କରି କର୍ପୋରେଟ ରାଜ ପ୍ରତିଷ୍ଠା ହେବ। ଏହି ବିଚାର ର ଦୃଢ ସମର୍ଥକ ବିଜେଡ଼ି ଏହାକୁ କାର୍ଯ୍ୟକାରୀ ଓଡ଼ିଶାକୁ ରସାତଳଗାମୀ କରିଦେଇଛି। ଉଭୟ ବିଜେପି ଏବଂ ବିଜେଡ଼ି ଦଳର ଦୁର୍ନୀତି ଖୋର କୋଟିପତି ନେତା ମାନେ କ୍ଷମତା, ଅର୍ଥ ଓ ବାହୁବଳ ପ୍ରୟୋଗ କରି ଜନଗଣଙ୍କ ସମସ୍ତ ଅଧିକାର କୁ ହଡ଼ପ କରିବା ସହ ଭ୍ରମିତ କରି କ୍ଷମତା ଦଖଲ କରିବା ସହ ସମସ୍ତ ଜନବିରୋଧୀ ନୀତି କୁ କାର୍ଯ୍ୟକାରୀ କରୁଛନ୍ତି। ଏହି ବ୍ୟବସ୍ଥା ବିରୁଦ୍ଧରେ ସଂଘର୍ଷ କରି ବ୍ୟବସ୍ଥାର ପରିବର୍ତନ ପାଇଁ ବିଶ୍ବାସ ରଖିଥିବା ଟୁନା ମଲ୍ଲିକ ଦେଶର ସୁରକ୍ଷା ଓ ସମ୍ବିଧାନ ର ସୁରକ୍ଷା ପାଇଁ ସଂଘର୍ଷ ଜାରି ରଖିଛନ୍ତି।ନିଜ ପରିବାର ପ୍ରତିପୋଷଣ ପାଇଁ ମନରେଗା ଶ୍ରମିକ ଭାବେ କାମ କରୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ହାର ମାନି ନାହାନ୍ତି। ଆଜି ନାମାଙ୍କନ ଦାଖଲ କରିବା ସହ ଜନଗଣଙ୍କ ସହଯୋଗରେ ଲଢେଇ ର ବିଜୟ ହେବ ବୋଲି ଦୃଢ ମତ ଉପସ୍ଥାପନ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଜିଲ୍ଲା ସମ୍ପାଦକ ଶଙ୍କର ଇନକିଲାବ, ପୂର୍ଣଚନ୍ଦ୍ର ପ୍ରଧାନ, ପ୍ରକାଶ ବାରିକ, ସନ୍ଧ୍ୟାରାଣୀ ପ୍ରଧାନ, ବୁଲୁ ପ୍ରଧାନ, ବିପ୍ର ଚରଣ ନାୟକ, ସୁରେଶ ଚନ୍ଦ୍ର ପଟ୍ଟନାୟକ ଆଦି ବହୁ ପାର୍ଟି କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। ଭଞ୍ଜନଗର ଟ୍ରେକର ଛକରୁ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି।

Leave a Reply

Your email address will not be published. Required fields are marked *