ମନେ ପଡ଼ନ୍ତି ବିଜୁ

ମନେ ପଡ଼ନ୍ତି ବିଜୁ

ମହାନ୍ ଜନନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପାଳନ ହୋଇଯାଇଛି।

ସର୍ବପ୍ରଥମେ ସକାଳ ୧୦ଟା ୨୦ ସମୟରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ବ୍ଲକ ମୋଟୋ ଠାରେ ବିଜୁ ପଟ୍ଟନାୟକ ବୈଷୟିକ ଶିକ୍ଷା ଅନୁଷ୍ଠାନ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷ ମାଳିନୀ ଦଳାଇ, ସରପଞ୍ଚ ଅମୁଲ୍ୟ କୁମାର ଜେନା, ସମିତି ସଭ୍ୟ ରାକେଶ ଭଟ୍ଟ ଏବଂ ବରିଷ୍ଠ ନେତା ପଞ୍ଚାନନ ପୁଜାରୀ।

ଏହା ପରେ ସକାଳ ୧୧ଟା ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ସାତ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ସାତପଡ଼ା ଠାରେ ଥିବା ଚିଲିକା ଉନ୍ନୟନର ପ୍ରତିଷ୍ଠାତା ତଥା ପ୍ରଥମ ଅଧ୍ୟକ୍ଷ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ସନ୍ଦିପ କୁମାର ଜେନା, ସାତପଡ଼ା ପଞ୍ଚାୟତ ପୂର୍ବତନ ସରପଞ୍ଚ ତ୍ରିନାଥ ସାମନ୍ତରାୟ, ଯୁବ ନେତା ଫାଲଗୁନି ଜାଲ୍ଲି, ନରେଶ ମାନସିଂହ, ବାବୁଲି ଜେନା ଏବଂ ସୁବଳ ସାହୁ।

ଅପରାହ୍ନ ୩ଟା ୩୦ ମିନିଟ୍ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ପ୍ରତାପ ରାମଚନ୍ଦ୍ରପୁର ପଞ୍ଚାୟତ ମାଳସାହି ମେଳଣ ପଡ଼ିଆ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଙ୍କ ନେତୃତ୍ବରେ ପ୍ରବାଦ ପୁରୁଷଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ପ୍ରାୟ ୩୦୦୦ ହଜାରରୁ ଉର୍ଦ୍ଧ୍ୱ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।

ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଶ୍ରୀ ଦାସବର୍ମା ଏବଂ ଉପସ୍ଥିତ ନିର୍ବାଚିତ ପ୍ରତିନିଧି ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।

ଏହି ସାଧାରଣ ସଭାରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ଗୈାଡ଼ିକେରା ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ। ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ ବିଦ୍ୟାଧର ସ୍ୱାଇଁ କହିଛନ୍ତି ଡ଼ବଲ ଇଞ୍ଜିନ ବିଜେପି ସରକାର ୨ ବର୍ଷରେ ଭିତରେ ଖାଲି ମିଛ ପ୍ରତିଶ୍ରୁତି ଛଡ଼ା ଚାଷୀଙ୍କୁ ଧୋକା ଦେବା ଏ ସରକାର ର ଅଭ୍ୟାସ।

ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ବିଜୁ ବାବୁ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଆଙ୍କିଥିଲେ ବିକାଶର ବିସ୍ତୃତ ନକ୍ସା। ତାଙ୍କର ପ୍ରତିଟି କାମ ଥିଲା ଓଡ଼ିଆ ଜାତିର ସ୍ବାଭିମାନ ଓ ଗୌରବ ପାଇଁ। ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ଏବେ ଅନେକ କ୍ଷେତ୍ରର ଅଗ୍ରଣୀ ହୋଇଛି। ସେହି ବିକାଶ ପୁରୁଷଙ୍କ ଜୟନ୍ତୀରେ ତାଙ୍କ ଅବଦାନକୁ ସ୍ମରଣ କରି ଶ୍ରୀ ଦାସବର୍ମା ବ୍ରହ୍ମଗିରି ର ଜନପ୍ରତିନିଧି ଙ୍କୁ ତାଙ୍କ ବିଚାର ଧାରାରେ ଆଗକୁ ବଢ଼ିବା ପାଇଁ ଦିଗଦର୍ଶନ ଦେଇଛନ୍ତି। ଗାଁ ର ବିକାଶକୁ ବିଜୁବାବୁ ସବୁବେଳେ ଅଗ୍ରାଧିକାର ଦେଉଥିଲେ। କ୍ଷମତା ବିକେନ୍ଦ୍ରୀକରଣ ଦ୍ଵାରା ସୁଶାସନ ପ୍ରତିଷ୍ଠା ସମ୍ଭବ ବୋଲି ବୁଝିଥିଲେ ବିଜୁବାବୁ। ଗାଁର ବିକାଶରେ ରାଜ୍ୟର ବିକାଶ। ଏକଥାକୁ ବୁଝିଥିଲେ ବିଜୁବାବୁ। ଯେପର୍ଯ୍ୟନ୍ତ ପଞ୍ଚାୟତଗୁଡିକୁ ଆର୍ଥିକ କ୍ଷମତା ପ୍ରଦାନ କରା ନ ଯିବ, ସେପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥାର ଲକ୍ଷ୍ୟ ପୂରଣ ହୋଇପାରିବନି। ଏହି ବ୍ୟବସ୍ଥାରେ ମହିଳାଙ୍କ ଯୋଗଦାନକୁ ଗୁରୁତ୍ୱ ଦେଉଥିଲେ ବିଜୁବାବୁ। ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ସେ ସମୟରେ ଐତିହାସିକ ନିଷ୍ପତ୍ତି ନେଇଥିଲେ ବିଜୁବାବୁ।ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁ ସ୍ଵପ୍ନ ଦେଖୁଥିଲେ ଗୋଟେ ଜାତୀର ଭବିଷ୍ୟତ। ୧୦୦ ବର୍ଷ ପରେ ମୋ ଓଡ଼ିଆ ଜାତି ଏବଂ ରାଜ୍ୟ କେଉଁଠି ଥିବ। ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ସାଢେ଼ ଚାରି କୋଟି ଲୋକ ପାଞ୍ଚ ପଞ୍ଚ ଥର ଓଡ଼ିଶାର ସେବା କରିବା ପାଇଁ ସୁଜୋଗ ଦେଇଛନ୍ତି। ଡ଼ବଲ ଇଞ୍ଜିନ ବିଜେପି ସରକାର ଶାସନ କ୍ଷମତାକୁ ଆସିବା ପରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ପାଳନ କରିବାରେ ବନ୍ଦ କରିଦେଇଛି। ଏ ଡ଼ବଲ ଇଞ୍ଜିନ ବିଜେପି ସରକାର ଚାଷୀମାନଙ୍କ ଧାନ ମଣ୍ଡିରୁ ଉଠେଇ ପାରୁନାହାଁନ୍ତି, ୩୦୦ ୟୁନିଟ୍ ବିଜୁଳି ବିଲ୍ ଛାଡ଼ କରିବେ ବୋଲି କହିଥିଲେ, ଚାଷୀ ମାନଙ୍କୁ ଇନ୍ ପୁଟ ସବ୍ସିଡି ଦେବୁ, ବାଧ୍ୟକ୍ଷ ଭତା ୩୦୦୦ କରି ଦେବେ ବୋଲି ସ୍ଵପ୍ନ ଦେଖାଇ ଥିଲେ ତାହା ପୁରଣ କରିଲେ ନାହିଁ। ଗଲା ରବି ରୁତୁ ସମୟରେ ୩୮ ପ୍ରତିଶତ ଭ୍ୟାଲିଡ଼ ଟୋକନ ପାଇ ଧାନ ବିକ୍ରୀ କରି ପାରିଲେ ନାହିଁ। ଆଜି ଏହି ମହାନ ଦିନରେ ଆମେ ସମସ୍ତେ ସପଥ ନେବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବିଚାରଧାରା କୁ ଆଗେଇନେବା ଶର୍ବ ଶେଷରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।

ଏହି ସାଭାରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣୀ ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷ ମାଳିନୀ ଦଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ଲକ୍ଷ୍ମୀଧର ସାହୁ, ମୋନାଲି ମିଶ୍ର, କୃଷ୍ଣପ୍ରସାଦ ବ୍ଳକ ବିଜୁ ଜନତା ଦଳ ସଭାପତି ପଦ୍ମ ଚରଣ ଜେନା, ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଭାଇଲପୁର ସମିତି ସଭ୍ୟ କାର୍ତ୍ତବିଯ୍ୟ ସ୍ଵାଇଁ, ହନ୍ତୁକ ପଞ୍ଚାୟତ ସରପଞ୍ଚ କନକଲତା ପତି, ଦେବପ୍ରିୟ ଦାସ, ସମିତି ସଭ୍ୟ ମିତା ମାର୍ଥା, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଷଡ଼ଙ୍ଗୀ, ବାଳକୃଷ୍ଣ ପେଣ୍ଠୋଇ, ବ୍ରହ୍ମଗିରି ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ସରପଞ୍ଚ ଅମୁଲ୍ୟ କୁମାର ଜେନା, ସମିତି ସଭ୍ୟ ରାକେଶ ଭଟ୍ଟ, ଜିତେନ୍ଦ୍ର ବେହେରା, ସୁବାସ ନାୟକ, ଗୋଲାପ ସ୍ଵାଇଁ, ଯୁବ ନେତା ଫାଲଗୁନି ଜାଲ୍ଲି, ବିଜୟ କୁମାର ଦଳେଇଙ୍କ ସମେତ ବିଜୁ ଜନତା ଦଳର ବରିଷ୍ଠ ନେତା, ମହିଳା, ଯୁବ ଓ ଛାତ୍ରଙ୍କ ସମେତ ବହୁ ବିଜୁ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *