ସରକାରୀ ଜାଗାରେ କ୍ୟାବିନ ପକାଇ ଭଡା ନେଉଛନ୍ତି ଘରୋଇ ଲୋକ
ସରକାରୀ ଜାଗାରେ କ୍ୟାବିନ ପକାଇ ଭଡା ନେଉଛନ୍ତି ଘରୋଇ ଲୋକ, ଉପୁଜୁଚି ଟ୍ରାଫିକ ସମସ୍ୟା
ଅସ୍ତରଙ୍ଗ ୧୨/୫: ଅସ୍ତରଙ୍ଗ ବଜାର ଅଞ୍ଚଳ ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ଅସ୍ତରଙ୍ଗ କାକଟପୁର ମୁଖ୍ୟ ରାସ୍ତା ର ଷ୍ଟେଟ ବ୍ୟାଙ୍କ ସାମ୍ନା ରେ ଥିବା ରାସ୍ତା ପାର୍ଶ୍ୱ ସରକାରୀ ଜାଗାକୁ ବେଆଇନ ଭାବରେ ଅକ୍ତିଆର କରି ଦୀର୍ଘ ବର୍ଷ ହେଲା ବ୍ୟବସାୟ ପ୍ରତିଷ୍ଠାନ କରି କିଛି ଘରୋଇ ଲୋକ ମୋଟା ଅଙ୍କର ଭଡା ଆଦାୟ କରୁଥିବା ଅଭିଯୋଗ ହେଉଚି।

ଉକ୍ତ ସରକାରୀ ଜାଗା ଜବର ଦଖଲ ହେବା ଫଳରେ ନିକଟରେ ଥିବା ତିନୋଟି ନ୍ୟାସନାଲ ବ୍ୟାଙ୍କ ର ଗ୍ରାହକ, ପଥ ଚାରି, ସ୍କୁଲ କଲେଜ ପିଲା ନାହିଁ ନାହିଁ ନଥିବା ସମସ୍ୟା ର ସମୁଖୀନ ହେଉଛନ୍ତି। ଏହି ସମସ୍ୟା ଦୀର୍ଘ ଦିନର ହେଇଥିଲେ ମଧ୍ୟ କୌଣସି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସେହି ବାଟ ଦେଇ ଯା ଆସ କରୁଥିଲେ ମଧ୍ୟ ସେହି ସ୍ଥାନ ରେ କାହାର ନଜର ପଡୁନି। ନା ଜାଣିଶୁଣି ଆଖିବୁଜି ଦେଉଛନ୍ତି ତାହା ପ୍ରଶ୍ନ ବାଚି।
