ବୁଧ ପୂର୍ଣ୍ଣିମା
ବୁଧ ପୂର୍ଣ୍ଣିମା (ବୈଶାଖ ପୂର୍ଣ୍ଣିମା) ପାଇଁ ଜିଲ୍ଲା ଚଳଚଞ୍ଚଳଜଗତସିଂହପୁର ୧୨/୫ ଜଗତସିଂହପୁର ଆଜି ପବିତ୍ର ବୁଧ ପୂର୍ଣ୍ଣିମା ତଥା ବୈଶାଖ ପୂର୍ଣ୍ଣିମା ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ପାଳନ କରାଯାଇଛି। ଏହି ପବିତ୍ର ତିଥି ଅବସରରେ ବିଭିନ୍ନ ସ୍ଥାନରେ ବିଶ୍ଵଶାନ୍ତି ମହାଯଜ୍ଞର ଆୟୋଜନ ମଧ୍ୟ କରାଯାଇଛି। ବୁଧା ଧର୍ମ ଅବଲମ୍ବୀ ଜନ ସାଧାରଣ ଆଜି ବୁଧ ଜୟନ୍ତୀ ପାଳନ କରୁଥିବା ସମୟରେ ବୈଶାଖ ପୂର୍ଣ୍ଣିମାର ମହୋତ୍ସବକୁ ନେଇ ବିଭିନ୍ନ ଦେବଦେବୀ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ କରାଯାଇଛି। ଜିଲ୍ଲାରେ ଥିବା ପ୍ରସିଦ୍ଧ ତୁଳସୀଗାଦି ପୀଠ, କାଁପୁରର ମୁଁଣ୍ଡଳୀଗାଦି ପୀଠ, କାଳିଆ ବୋରା ଗ୍ରାମର ନୀଳକଣ୍ଠେଶ୍ୱର ପୀଠ, ପୁରୋହିତପୁରର ନନ୍ଦମଣି ପୀଠ, ଠାକୁର ପାଟଣାର ହରିହର ପୀଠ ଭଳି ଅନେକ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ କରାଯିବା ସହିତ ଯଜ୍ଞ ଓ ମନ୍ତ୍ର ଉଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସମଗ୍ର ଜିଲ୍ଲାରେ ଆଧ୍ୟାତ୍ମିକ ପରିବେଶ ଓ ଭକ୍ତି ଭାବ ପୂର୍ଣ୍ଣ ପରିବେଶ ବେଶ ଏକ ଅପୂର୍ବ ଭାବାମୟ ଓ ପରିବେଶ ଶାନ୍ତିର ସମାରୋହ ସୃଷ୍ଟି ହୋଇଛି।
