ପୁରୀ ପୌରାଞ୍ଚଳ ବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ଅନୁମତି
ପୁରୀ :- ପୁରୀ ପୌରାଞ୍ଚଳ ବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ପ୍ରସଙ୍ଗ। ନଭେମ୍ବର ୧ ରୁ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ରେ ପ୍ରବେଶ କରିବେ ପୁରୀ ପୈାରାଞ୍ଚଳ ବାସୀ। କୋଭିଡ ଟିକାର ଡବଲ ଡୋଜ ରିପୋର୍ଟ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ସହ ଆଧାର କାର୍ଡ ଦେଖାଇ ପୈାରାଞ୍ଚଳ ବାସୀ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିପାରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ହୋଇଥିବା ବୈଠକରେ ନିଷ୍ପତ୍ତି।
