ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ସମନ୍ୱୟ ବୈଠକ

ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ସମନ୍ୱୟ ବୈଠକ। ୩ବର୍ଷର କାର୍ଯ୍ୟଧାରାକୁ ସମୀକ୍ଷା।

ଫୁଲବାଣୀ:-୨୧/୦୫ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ପ୍ରତିଫଳନ ଓ ପୁନଃଚିନ୍ତନ ସମ୍ପର୍କିତ ଆଲୋଚନା ଚକ୍ର ନୀପିଡୀତ ସଭାଗୃହ, ଫୁଲବାଣୀ ଠାରେ ସ୍ୱାତୀ ଓ ନୀପିଡୀତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକ କୁ ପି.ଏ.ଜି. ର ଅଧ୍ୟକ୍ଷ ରାମ ଚନ୍ଦ୍ର ଦାସ ପୈାରହିତ୍ୟ କରିଥିବା ବେଳେ ଅନ୍ୟ ସଦସ୍ୟ ଅନୁଷ୍ଠାନ ମାନଙ୍କର ମୂଖ୍ୟ ଅଧିକାରୀ ଯଥା ନୀପିିଡିତ,ଜାଗୃତି, ବନବାସୀ ସେବା ସମିତି,ସ୍ୱାତୀ, ଆଜକା, ଜି.ଏମ.ସ. ପ୍ରଦାତା,ସେବା, ଆମ ଗାଁ,କଳିଙ୍ଗ ସେବା ସଦନ,ସାହାରା,ଗ୍ରାମ ବିକାଶ,ଆସର୍ଟ,ପାହଡ,ନିୟୁ ଭିଜନ ଇଣ୍ଡିଆ,ସାଲୁଙ୍କି ଓ ପରିବେଶ ଭଳି ସମୁଦାୟ ୧୮ ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉପସ୍ଥିତ ରହି ପି.ଏ.ଜି ର ଗତ ୩ ବର୍ଷର ବିଭିନ୍ନ କାର୍ଯ୍ୟଧାରା ର ସମିକ୍ଷା କରିଥିଲେ,ସଭାର ପ୍ରାରମ୍ଭରେ ଆବାହକ ଇଂ ହରିଶଙ୍କର ରାଉତ ସମସ୍ତ ସଦସ୍ୟ ଙ୍କୁ ସ୍ୱାଗତ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅନୁଷ୍ଠାନର ମୁଖ୍ୟମାନେ ସାମ୍ପ୍ରତିକ ପରିସ୍ଥିତି ରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କାର୍ଯ୍ୟଧାରା ଓ ସରକାରଙ୍କ ନୀତି କୁ ଦୃଷ୍ଟିରେ ରଖି ବିଭିନ୍ନ ଆଲୋଚନା କରିଥିଲେ । ଉପସ୍ଥିତ ସଦସ୍ୟ ଓ ସଦସ୍ୟା ବିଗତ ତିନି ବର୍ଷରେ ପି.ଏ.ଜି.ର ପରିଚାଳନା, ସ୍ୱଚ୍ଛତା ଓ ଏହାର ପ୍ରତିଫଳନ ଉପରେ ନିଜ ନିଜର ମତ ରଖିବା ସହିତ ଆଗାମୀ ଦିନ ମାନଙ୍କରେ କନ୍ଧମାଳ ଜିଲ୍ଲାର ସାମୁହିକ ବିକାଶ କ୍ଷେତ୍ରରେ ବାଧକ ସାଜିଥିବା ସମସ୍ୟା ଯଥା ଦାଦନ, ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରୀ ବଟା, ଜଳ ସେଚନ, କୃଷି ଓ କୃଷକ ଉନ୍ନତି ଭଳି ଦିଗ ଉପରେ ଜିଲ୍ଲା ଓ ରାଜ୍ୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଉଦ୍ୟମ ଜାରି ରଖିବା ପାଇଁ ମତ ରଖିଥିଲେ । ଜିଲ୍ଲାରେ ଗତ ୨୦୧୬ ମସିହାରୁ ବନ୍ଦ ହୋଇଥିବା ଜିଲ୍ଲା ପ୍ରଶାସନ ଓ ସ୍ୱଚ୍ଛାସେବୀ ସମନ୍ୱୟ ବୈଠକ କୁ ତ୍ୱରାନିତ କରି ତୃଣମୂଳ ସ୍ତରରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ରେ ସାମାଜିକ ଅନୁଷ୍ଠାନ ମାନଙ୍କ ଭାଗିଦାରିତା କୁ ସୁଦୃଢ କରିବା ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପି.ଏ.ଜି.ମାଧ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ର ଦୃଷ୍ଟି ଗୋଚର କରିବା ପାଇଁ ସମସ୍ତ ସଦସ୍ୟ ଅନୁଷ୍ଠାନ ମାନଙ୍କୁ ଅନୁରୋଧ କରାଯାଇଥିଲା ।
ପି.ଏ.ଜି.ର ଦିର୍ଘ ୪୦ ବର୍ଷର ସ୍ଥିତି, ଅନୁଭୁତି,ଲୋକାଭିମୁଖି କାର୍ଯ୍ୟ, ପରିଚାଳନା ଓ ପ୍ରତିବଦ୍ଧତା କୁ ଆସନ୍ତା ୨୫ ରିଖ ଦିନ ଏକ ସାମ୍ବାଦିକ ସମ୍ମିଳନି ମାଧ୍ୟମରେ ପ୍ରତିପାଦନ କରିବା ପାଇଁ ଆବାହକ ପ୍ରସ୍ତାବ ଦେଇଥିଲେ ଏବଂ ଉପସ୍ଥିତ ସମସ୍ତ ସଭ୍ୟ ଅନୁଷ୍ଠାନ ଏଥିରେ ସ୍ୱିକୃତି ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଷଷ୍ଠି ପ୍ରସାଦ ମିଶ୍ର, କିଶୋର ବଳିଆର ସିଂ, ପ୍ରଦିପ ଦାସ, କେସମତି ପ୍ରଧାନ, ନୁତନ ନାୟକ, ବିମଳ କିଶୋର ପରିଛା, ଅଶୋକ ପ୍ରଧାନ, ବିଶ୍ୱଜିତ ସାହୁ, ମହମ୍ମଦ ଜିଆଉଦିନ୍, ପଂଚାନନ ମିଶ୍ର, ବରଦା ପ୍ରସନ୍ନ ନାୟକ, ଶାନ୍ତନୁ ମିଶ୍ର, ସୁକାନ୍ତ ନାୟକ ପ୍ରମୁଖ ମହାସଂଘ ର ଭବିଷ୍ୟତ ଯୋଜନା ଓ କାର୍ଯ୍ୟପନ୍ଥା ସମ୍ପର୍କରେ ମତ ପ୍ରଦାନ କରିଥିଲେ । ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ ଦିର୍ଘ ୪୦ ବର୍ଷ ଧରି ବଜାୟ ରଖିଥିବା କାର୍ଯ୍ୟଶୈଳୀ ଓଡିଶା ର ଅନ୍ୟ ଜିଲ୍ଲା ମାନେ ଆଦର୍ଶ ଭାବେ ଗ୍ରହଣ କରିବା ଆମ ସମସ୍ତ ଙ୍କ ପାଇଁ ଗର୍ବ ଓ ଗୈାରବ ଓ ଏହାର ଗାରିମା ସମସ୍ତ ସଭ୍ୟ ଅନୁଷ୍ଠାନ ଅକ୍ଷୁଣ୍ଣ ରଖିବା ବୋଲି ସଂକଳ୍ପ ନେଇଥିଲେ । ସଭାର ଆଭିମୁଖ୍ୟ ସଫଳତା ସହିତ ସଂଚାଳନ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ । ସର୍ବଶେଷରେ ବିଶ୍ୱଜିତ ସାହୁ ଙ୍କ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସମାପ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *