ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ରାଇକିଆ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନିଲ କୁମାର ଦିଗାଳଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଇକିଆ ଗୋଷ୍ଠୀ ଶିକ୍ଷାଧିକାରୀ ହାଡିବନ୍ଧୁ ବେହେରା , ସଂମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସାରଥି କହଁର, ମୁଖ୍ୟବକ୍ତା ଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୀମାଦ୍ରି କହଁର ସ୍ଵତନ୍ତ୍ର ଅତିଥି ଭାବେ ଅବସର ନେଉଥିବା ସହ ଗୋଷ୍ଠୀ ଶିକ୍ଷାଧିକାରୀ ଧନେଶ୍ଵର ଖୁଣ୍ଟିଆ ଏବଂ ତାଙ୍କ ଧର୍ମପତ୍ନୀ ତଥା କାବଲା ଗାଁ ପ୍ରଧାନଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ଦେଇ ଯୋଗଦେଇଥିଲେ । ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଧନେଶ୍ଵର ଖୁଣ୍ଟିଆଙ୍କୁ ମାନପତ୍ର, ଉପଢୌକନ ଓ ଉପହାର ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଅଛି । ୦୪.୦୮.୧୯୬୪ ମସିହାରେ ନୟାଗଡ ଜିଲ୍ଲା ରାଜରଣପୁରରେ ଜନ୍ମିତ ପ୍ରଥମେ ୨୫.୦୩.୧୯୮୮ରେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ସଲାଗୁଡା ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଜୀବନର ଆରମ୍ଭ କରି ଶଙ୍କରାଖୋଲ ପ୍ରାଥମିକ, କାବାଲା ଗାଁ ଉଚ୍ଚ ପ୍ରାଥମିକ, ବୁଜୁଲିମେଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରେ ଫୁଲବାଣୀ ପିଅନପଡା ଏବଂ ରାମାଡି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରି ୦୭.୦୩.୨୦୨୩ ତାରିଖରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରାଇକିଆ ଭାବେ ଦାୟିତ୍ଵ ଗ୍ରହଣ କରି ମିଳିଥିବା ସମସ୍ତ ଦାୟିତ୍ଵକୁ ସୂଚାରୁ ଭାବେ ସଂପାଦନ କରି ଗତ ୩୧ ତାରିଖରେ ଚାକିରିର କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିଲେ । ଇତିମଧ୍ୟରେ ଟିକାବାଲି ଶିକ୍ଷା ଜିଲ୍ଲା ନିରିକ୍ଷକଙ୍କ କାର୍ଯ୍ୟାଳୟରେ ସହାୟକ ଶିକ୍ଷକ ଓ ସମଗ୍ର ଶିକ୍ଷା ଅଧୀନରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବେ କାର୍ଯ୍ୟ କରି ନିଜକୁ ଦକ୍ଷ ଶିକ୍ଷକ ଓ ଅଭିଜ୍ଞ ପ୍ରଶାସକ ଭାବେ ପତିଷ୍ଠା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସିଂ ଏବଂ ଶିକ୍ଷକ ଭାଗୀରଥୀ ସେଠୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଇକିଆ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କ ସମେତ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ ।
