ଅନସ୍ଥା ପ୍ରସ୍ତାବ ଖାରଜ ହେବା ପରେ ଉଷ୍ମ ନିମାପଡା ରାଜନୀତି
ନିମାପଡା ଏନସି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନସ୍ଥା ପ୍ରସ୍ତାବ ଖାରଜ ହେବା ପରେ ଉଷ୍ମ ହେବାରେ ଲାଗିଛି ନିମାପଡା ରାଜନୀତି। ନିମାପଡା ଏନସିର 8 ଜଣ କାଉନସିଲର ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣି ଅନସ୍ଥା ପ୍ରସ୍ତାବ ଆଣିଥିଲେ। କିନ୍ତୁ ବିଭିନ୍ନ ଆରୋପ ପ୍ରତ୍ୟାରୋପ ପରେ ମଧ୍ୟ ଆସନ ସୁରକ୍ଷିତ ରଖିଥିଲେ ଅଧ୍ୟକ୍ଷା ସସ୍ମିତା ସାହୁ। ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଅଭିଯୋଗ ଖଣ୍ଡନ କରିବା ସହ ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘଟଣା ପ୍ରତି ଦୃଷ୍ଟି ଦେବାପାଇଁ ନିବେଦନ କରିଛନ୍ତି।
