ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା


ଭଦ୍ରକ, ୩୧/୭ – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ରାଣୀଗଡିଆ ସରକାରୀ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିବପ୍ରସାଦ ସ୍ୱାଇଁଙ୍କୁ ଅବସରକଳୀନ ବିଦାୟ ସମ୍ବର୍ଦ୍ଧନା ଆଜି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷକ ସଞ୍ଜତ ସାମଲଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ଅନୁଶିକ୍ଷାଧିକାରୀ ଘନଶ୍ୟାମ ଥାଟୋଇ ପୌରହିତ୍ୟ କରିଥିଲେ । ଏଥିରେ ରହଣିଆ ଶିକ୍ଷା ସଂଯୋଜକ ଦିଲ୍ଲିପ କୁମାର ଓଝା ମୁଖ୍ୟଅତିଥି, ଅବସରପ୍ରାପ୍ତ ଶିକ୍ଷକ ନିରାକାର ରାଉତ, ବିଦ୍ୟାଳୟ ପରିଚାଳନା ସଭାପତି ଶଙ୍କର୍ଷଣ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ନିଷ୍ଠାପର ଶିକ୍ଷାଦାନ ଓ କର୍ତ୍ତବ୍ୟପରାୟଣତା ସମ୍ପର୍କରେ ଆଲୋକପାତ କରିଥିଲେ । ସାଥି ଶିକ୍ଷକ ଅର୍ଜ୍ଜୁନ ଚରଣ ବେହେରା, ପ୍ରଶାନ୍ତ କୁମାର ସାମଲ, ବୁଦ୍ଧିରାମ ସ୍ୱାଇଁ ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ବିଦାୟ ଜଣାଇ ଅବସରକାଳୀନ ନିରାମୟ ଜୀବନ କାମନା କରିଥିଲେ । ଶିକ୍ଷକ ଚୈତନ୍ୟ ରାଉତ ଅତିଥି ପରିଚୟ ଓ ଶିକ୍ଷକ ରାଜକିଶୋର ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *