ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ
ଗତ ପ୍ରାୟ ଏକ ମାସ ଧରି ରାଜ୍ୟ ର ପ୍ରତ୍ୟେକ ଜିଲ୍ଲା ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲୁ ରହିଛି!ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ କାର୍ଯ୍ୟ ଶୈଳୀ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମ ରେ ରାଜ୍ୟବାସୀ କିପରି ଲାଭବାନ ହୋଇଛନ୍ତି ସେ ବିଷୟରେ ଲୋକଙ୍କୁ ଅବଗତ କରାଯାଉଛି!ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ସମସ୍ତ ପଂଚାୟତ ରେ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିଲା!ବ୍ଲକ ର 26ଟି ପଂଚାୟତ ରେ ଏହି ସଚେତନତା ଶିବିର ର ଅନ୍ତିମ ଶିବିର ବେନରା ପଂଚାୟତ ରେ ଅନୁଷ୍ଠିତ ହୋଇଥିଲା!ଉକ୍ତ ଶିବିର ରେ ଅଞ୍ଚଳର ପ୍ରତ୍ୟେକ ଆଶାକର୍ମୀ, ଅଙ୍ଗନବାଡି ଦିଦି, ସ୍ୱୟଂ ସହାୟିକା ଗୋଷ୍ଠୀ, ମିଶନଶକ୍ତି ର ମହିଳା ମାନେ ଉପସ୍ଥିତ ଥିଲେ!ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ସରକାର ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ଧାର୍ମିକସ୍ଥଳୀ ଗୁଡିକର ରୂପାନ୍ତରିକରଣ, ମହିଳା ଶସକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରିକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ଐତିହ ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ବ୍ୟବସ୍ଥା ଇତ୍ୟାଦି ବିକାଶ ଉପରେ ଆଲୋକପାତ କରାଯାଇଥିଲା!ଉକ୍ତ କାର୍ଯ୍ୟକ୍ରମ ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତି ରଞ୍ଜନ ରଥ ଙ୍କ ସଭାପତିତ୍ୱ ରେ କରାଯାଇଥିବା ବେଳେ ଉଠା ଜଳସେଚନ ପ୍ରକଳ୍ପ ର ଉପଦେଷ୍ଟା ପ୍ରମୋଦ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ଉପାଧ୍ୟକ୍ଷ ଶ୍ୟାମଲ ସରକାର, ଦେବିସିଂ ମାଝୀ, ବେନୋରା ସରପଞ୍ଚ ଲକି ଚନ୍ଦ୍ର ମାଝୀ, କୈଳାସ ବେହେରା ପ୍ରମୁଖ ମଞ୍ଚାସିନ ଅତିଥିଭାବେ ଯୋଗ ଦେଇଥିଲେ!ଜିପିଓ ପୂନିତରାମ ଗଣ୍ଡ ମଞ୍ଚ ପରିଚାଳନା କରିଥିଲେ!
