20 ଫେବୃଆରୀ 2024 (ମଙ୍ଗଳବାର) ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ
20 ଫେବୃଆରୀ 2024 (ମଙ୍ଗଳବାର) ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ : ● ଓଡ଼ିଶାର କିମ୍ବଦନ୍ତୀ କବି ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ଐତିହ୍ୟ ଉପରେ ସ୍ମରଣୀୟ ଡାକ ଷ୍ଟାମ୍ପ ଉନ୍ମୋଚନ | ● ପୂର୍ବତଟ ରେଳପଥର କାର୍ଯ୍ୟଦକ୍ଷତା ସମୀକ୍ଷା | ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ 20 ଫେବୃଆରୀ 2024 (ମଙ୍ଗଳବାର) ଦିନ ଓଡିଶା ଗସ୍ତ କରିବେ | ଏହି ଗସ୍ତ ସମୟରେ ସେ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଆଭାସୀ (ଭିଡିଓ କନଫରେନସିଂ) ମାଧ୍ୟମରେ ଡାକ ବିଭାଗର ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ | ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ |ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ଅପରାହ୍ନ 02 ଘ. 30 ମି. ସମୟରେ ଓଡ଼ିଶାର କିମ୍ବଦନ୍ତୀ କବି ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ଐତିହ୍ୟ ଉପରେ ସ୍ମରଣୀୟ ଡାକ ଷ୍ଟାମ୍ପ ଉନ୍ମୋଚନ କରିବେ |

ସେହିଭଳି ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଡିଭିଜନର 42 ଟି ଶାଖା ପୋଷ୍ଟ ଅଫିସ ମଧ୍ୟ ଏହି ଅବସରରେ ଉନ୍ମୋଚନ କରାଯିବ |ଶ୍ରୀ ବୈଷ୍ଣବ ଅପରାହ୍ନ 03 ଘ. 30 ମି. ସମୟରେ ପୂର୍ବତଟ ରେଳପଥର ମୁଖ୍ୟାଳୟ ଠାରେ ରେଳପଥର କାର୍ଯ୍ୟଦକ୍ଷତା ବିଶେଷ ଭାବେ ପ୍ରକଳ୍ପ, ଟ୍ରାଫିକ୍ ସୁବିଧା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିବେ | ଏହା ପରେ ଶ୍ରୀ ବୈଷ୍ଣବ ଭୁବନେଶ୍ୱରରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସନ୍ଧ୍ୟାରେ ଦିଲ୍ଲୀ ଫେରି ଯିବେ |
