ସଡକ ଦୁର୍ଘଟଣା


କାମାକ୍ଷାନଗର– ଟ୍ରକ ଧକ୍କାରେ ଜଣେ ଗୁରୁତର। ଗୁରୁତର ହେଲେ କାମାକ୍ଷାନଗର ଥାନା ଏକତାଳି ଗ୍ରାମର ସୁର୍ଯ୍ୟକାନ୍ତ ବିଶ୍ବାଳ। ସେ ଆଜି ନିଜ ଘରୁ ସାଇକେଲ ଯୋଗେ ଅନୁଗୁଳ ଜିଲ୍ଲା ନାଲକୋକୁ ଯାଉଥିଲେ। NH ୫୩ ପରଜଙ୍ଗ ଥାନା ହାତୀଲୁଚାଣି ଛକ ନିକଟରେ ଟ୍ରକ ତାଙ୍କ ପଛପଟୁ ଧକା ଦେଇଥିଲା। ସେ ଖସି ପଡିବାରୁ ଟ୍ରକ ଚକା ତଳେ ତାଙ୍କ ହାତ ଚାପି ହୋଇ ହାଡ ଚୁରମାର ହୋଇ ଯାଇଥିଲା, ଗୁରତର ଅବସ୍ଥାରେ ପଡିରହିଥିଲେ। ସ୍ଥାନିୟ ଲୋକଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଡାହାଣ ହାତରେ ଗଭିର କ୍ଷତ ଲାଗିଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତେଣୁ ତୁରନ୍ତ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *