ଜିଲ୍ଲାପାଳଙ୍କ ଉତ୍କଳ ବାଳାଶ୍ରମ ପରିଦର୍ଶନ
ପୁରୀ- ତା.୦୪.୧୧.୨୦୨୧– ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଆଜି ଦୀପାବଳି ଅବସରରେ ଉତ୍କଳ ବାଳାଶ୍ରମ ପରିଦର୍ଶନ କରିଛନ୍ତି । ଅନ୍ତେବାସୀ ମାନଙ୍କୁ ଡ୍ରେସ, ମିଠା ଓ ଚକୋଲେଟ ବଣ୍ଟନ କରିବା ସହ ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ସହ ଜିଲ୍ଲାପାଳ ଖୁସିବ୍ୟକ୍ତ କରିଛନ୍ତି । ଅନ୍ତେବାସୀଙ୍କ ନିମନ୍ତେ କ୍ରୀଡା ଉପକରଣ ବ୍ୟବସ୍ଥା ଓ ବ୍ୟାଡମିଣ୍ଟନ କୋର୍ଟ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବାଳାଶ୍ରମ ସମ୍ମୁଖରେ ଆବଶ୍ୟକୀୟ ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ପୌରସଂସ୍ଥା ଯନ୍ତ୍ରୀ ଶ୍ରୀ ଦେବଦତ୍ତ ଷଡଙ୍ଗୀ, ଜିଲ୍ଲା ଶିଶୁ ସୁରକ୍ଷା କମିଟି ସଦସ୍ୟ ଶ୍ରୀ ଶକ୍ତିପଦ ମିଶ୍ର,ବାଳାଶ୍ରମ ପରିଚାଳକ ଶ୍ରୀ ସାରଙ୍ଗ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
