ସଡ଼କ ଦୁର୍ଘଟଣାରେ ବରିଷ୍ଠ ନେତା ସତ୍ୟବାଦୀ ଗୌଡଙ୍କ ମୃତ୍ୟୁ

ପୋଲସରା ୨୫/୦୩/୨୩ ପୋଲସରା ବ୍ଳକ ମାଳତେନ୍ତୁଳିଆ ପଞ୍ଚାୟତ ଖଇରଛଟା ଗ୍ରାମର ବରିଷ୍ଠ ନେତା ସତ୍ୟବାଦୀ ଗୌଡଙ୍କ ୫୫ ବର୍ଷ ବୟସରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଆଜି ସକାଳୁ ସେ ନିଜ ଗ୍ରାମ ଖଇରଛଟାରୁ ବାହାରି ପୋଲସରା ସହର ଷ୍ଟେଟବ୍ୟାଙ୍କକୁ ଯାଇ ନିଜର କାମ ସାରି ଦିପହର ୧:୪୦ ମିନିଟ ସମୟରେ ଘରକୁ ଫେରୁଥିବା ବେଳେ ଏକ ଟ୍ରଲର ଚାପି ହୋଇ ମୃତ୍ୟୁ ଘଟିଯାଇଛି। ସୂଚନା ଅନୁସାରେ ପୋଲସରା ଷ୍ଟେଟବ୍ୟାଙ୍କରୁ ବାହାରି ରୋଡ ପାର୍ଶ୍ଵରେ ଥିବା ବାଇକ ପାଖକୁ ଯାଉଥିବା ସମୟରେ ବୁଗୁଡା ପଟୁ ଆସୁଥିବା ଏକ ଟ୍ରଲର ଯାହାର ନଂ NL 01AE 8478 ଗାଡିଟି ସତ୍ୟବାଦୀ ଗୌଡଙ୍କୁ ପଛପଟୁ ଧକ୍କା ଦେବା ଫଳରେ ସେ ପିଟି ହୋଇ ତଳେ ପଡିଯାଇଥିଲେ। ସେ ତଳେ ପଡିବା ଫଳରେ ଟ୍ରଲର ଗାଡିଟି ତାଙ୍କ ଅଣ୍ଟା ଓ ଦୁଇ ଗୋଡ ଉପରେ ମାଡି ଯାଇ ଥିଲା।ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରୁ ପୋଲସରା ମେଡିକାଲ ଆଣିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ମେଡ଼ିକାଲରେ ପୋଲସରା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇବା ସହିତ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ୧୬୬/୨୩ ଏକ ମାମଲା ରୁଜୁ କରି ଡ୍ରାଇଭର ବିଶ୍ବଜିତ ପାଲକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଲାଇଥିବା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ଠାରୁ ପ୍ରକାଶ ପାଇଛି।ଉକ୍ତ ଘଟଣାକୁ ନେଇ ସତ୍ଯବାଦୀଙ୍କ ପୁତ୍ର ରାମକୃଷ୍ଣ ଗୌଡ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।ସେ ଜଣେ ବିଜେଡିର ଆଗଧାଡିରେ ନେତା ଥିଲେ ତାଙ୍କର ମୃତ୍ୟୁବରଣ କରିଥିବା ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସତ୍ୟବାଦୀ ଗୌଡଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *