ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରି-ଆଡମିଶନ୍ ଫି କମାଇବା ଦାବିରେ ରାସ୍ତାରୋକ
ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟର 4th year ଇଣ୍ଟିଗ୍ରେଟେଡ୍ ବିଇଡି ଛାତ୍ରଛାତ୍ରୀ ମାନଙ୍କର ରି ଆଡମିଶନ୍ ଫି କମାଇବା ଦାବିରେ ରାସ୍ତାରୋକ କରାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଆଡମିଶନ୍ ଫି କମାଇବାକୁ ଦାବି କରି ରାସ୍ତାରେ ଉଭୟ ପାର୍ଶ୍ୱରେ ଧାରଣାରେ ବସି ଆନ୍ଦୋଳନ କରିଥିଲେ। ଅନ୍ୟ କଲେଜ୍ ମାନଙ୍କରେ ଆଡମିଶନ୍ ଫି କମ୍ ରହିଥିବା ବେଳେ କରୋନା ମହାମାରୀ ସମୟରେ କଲେଜ କର୍ତ୍ତୃପକ୍ଷ ଅଧିକ ଫି ଆଦାୟ କରୁଛନ୍ତି ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ପ୍ରାୟ ଏକଘଣ୍ଟା ଧରି ଛାତ୍ରଛାତ୍ରୀ ମାନେ ରାସ୍ତାରୋକ କରିଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଆଡମିଶନ୍ ଫି କମାଇବାକୁ ନେଇ ଛାତ୍ରଛାତ୍ରୀ ମାନେ ନିଜ ଜିଦ୍ ରେ ଅଟଳ ଥିବାବେଳେ ୫୦୦୦ ଟଙ୍କା ଫି ଛାଡ ହୋଇଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ୨୫ ପ୍ରତିଶତ ଫି ଛାଡ କରିବାକୁ ଛାତ୍ରଛାତ୍ରୀ ମାନେ କହୁଥିବା ବେଳେ ଏହା ଉପରେ ଏକ କୋର୍ କମିଟି ବସାଇ ବିଚାର କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।

