୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ

ପୁରୀ ତା ୧୪/୦୫ : ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ। ପୁରୀ ମଙ୍ଗଳଘାଟ ଅଞ୍ଚଳରୁ ଏହି ବ୍ରାଉନ୍‌ସୁଗାରକୁ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ। ଏହା ସହ ବ୍ରାଉନ୍‌ସୁଗାର ମାଫିଆ ସୁଜିତ ପଟ୍ଟନାୟକ ଓରଫ୍ ନଣ୍ଡା ଗିରଫ ହୋଇଛି। ସୂଚନା ଅନୁଯାୟୀ, ଶନିବାର ସକାଳ ସମୟରେ ପୁରୀର ମଙ୍ଗଳଘାଟ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ ଚଢାଉ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ଏହି ଚଢାଉରେ ବ୍ରାଉନ୍‌ସୁଗାର ମାଫିଆ ସୁଜିତ ପଟ୍ଟନାୟକ ଓରଫ୍ ନଣ୍ଡା ଗିରଫ ହୋଇଛି। ଗିରଫ ପରେ ନଣ୍ଡା ନିକଟରୁ ପ୍ରାୟ ୩ କେ.ଜି ଓଜନର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗତ କିଛି ଦିନ ବ୍ରାଉନ୍‌ସୁଗାର ମାଫିଆ ନଣ୍ଡା ପୋଲିସ ସ୍କାନରେ ଥିଲା । ଲଗାତର ଭାବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରୁଥିଲା । ଆଉ ଏବେ ନଣ୍ଡାକୁ ଗିରଫ କରିବା ସହ ସମସ୍ତ ବ୍ରାଉନ୍‌ସୁଗାରକୁ ଜବତ କରିବାରେ ସଫଳ ହୋଇଛି ସ୍ପେଶାଲ୍ ସ୍କ୍ଵାର୍ଡ । ନଣ୍ଡାର ଘର କଣାସ ଥାନା କେସରପୁର ଗାଁରେ ବୋଲି ଜଣାପଡିଛି । ଏନେଇ ପୁରୀ ଏସ୍ପି ଡ଼ କେ ଵିଶାଲ ସିଂ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *