ସ୍ୟାଣ୍ଡଆର୍ଟ

ପୁରୀ – ଦୀପାବଳି ଉପଲକ୍ଷେ ବାଲୁକାକଳାରେ ନିଆରା କଳାକୃତି। ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ଯାହା ବେଶ୍ ଆକର୍ଷଣୀୟ ହେବାସହ ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥିଲା। ପ୍ରଥମଥର ପାଇଁ ସୁଦର୍ଶନ ତାଙ୍କ ବାଲୁକାକଳାରେ 2 ହଜାର 256 ଟି ଦୀପର ବ୍ୟବହାର କରିଛନ୍ତି। ଏହାସହ ବାଲୁକାକଳାରେ ଦୀପ ଯୋଗେ ମା କାଳୀଙ୍କର ପ୍ରତିମୂର୍ତ୍ତି ମଧ୍ୟ ସେ ଗଢିଛନ୍ତି। 15ଫୁଟ ବିଶିଷ୍ଟ ସୁଦର୍ଶନ ତାଙ୍କ ବାଲୁକାକଳାରେ HAPPY DIWALI,,,HAVE A GREEN AND SAFE DIWALIର ବାର୍ତ୍ତା ଦେବାସହ ସମସ୍ତେ ଘରେ ରହି କରୋନା କଟକଣା ଭିତରେ ଦୀପାବଳି ପାଳନ କରିବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *