“World Hepatitis Day” ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ।
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ “World Hepatitis Day” ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ।ଏ ବର୍ଷର ଥିମ “Hepatitis can’t wait” ଏହାକୁ ଆଧାର କରି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ପୃଥିବୀର ଚିତ୍ରଣ କରିଛନ୍ତି । ଏବଂ ଆମ Lungs ର ସୁରକ୍ଷା, ଆମ ସ୍ୱାସ୍ଥ୍ୟର ସୁରକ୍ଷା ଆମ ନିଜ ହାତରେ । ଆମେ ସମସ୍ତ ନିୟମାବଳୀକୁ ଠିକ ରୂପେ ପାଳନ କଲେ Hepatitis ରୋଗ ଠାରୁ ଦୁରେଇ ରହିପାରିବ | ସେ ଏଥିରେ “Protect Yourself From Hepatitis ” ଏବଂ “ World Hepatitis Day “ର ବାର୍ତ୍ତା ଦେଇଛନ୍ତି | ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 7ଘଣ୍ଟା ସମୟ ଲାଗିଥିଲା । ପ୍ରସିଦ୍ଧ ଡାକ୍ତର ମନୋଜ କୁମାର ସାହୁ (Gastroenterologist) ଏହି ବାଲୁକା କଳାକୁ ଉଦଘାଟନ କରିଛନ୍ତି ।
