କରେଣ୍ଟରେ ମୃତ୍ୟୁ ।


ପୁରୀ ଘୋଡାବଜାର ଅଞ୍ଚଳର ୪ନମ୍ବର ଫିଡରର ବିଦ୍ୟୁତ କରେଣ୍ଟ ମାଡରେ ଜଣେ ହେଲପରର ମୃତ୍ୟୁ ଘଟିଛି। ହେଲପର ଜିତେନ୍ଦ୍ର ଦଳାଇଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଲାଇନମ୍ୟାନ ଉପସ୍ଥିତି ଥାଇ ହେଲପର ଜିତେନ୍ଦ୍ରକୁ ଖୁଣ୍ଟିରେ ଚଢାଇବା ଫଳରେ ତାର କରେଣ୍ଟ ମାଡରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ପୁରୀରେ ଟାଟା ପାଓ୍ବାର ସେଣ୍ଟା୍ରାଲ ଡିଷ୍ଟ୍ରିବ୍ୟୁସନ ଲିମିଟେଡର ଟେଣ୍ଡର ନେଇଥିବା କମ୍ପାନୀ ଅଧିନରେ କାମ କରୁଥିବା ଠିକା କର୍ମଚାରୀ ଜିତେନ୍ଦ୍ର ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଯାହାକୁ ନେଇ ପୁରୀ ବଡ ଡାକ୍ତରଖାନାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ କମ୍ପାନୀର ଅଧିକାରୀ ଆସି ବୁଝାସୁଝା କରି ଘଟଣାର ତଦନ୍ତ କରିବା ସହ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ରାମ ଓଡସମଲ୍ଲର ଜିତେନ୍ଦ୍ରଙ୍କ ଅକାଳ ମୃତ୍ୟୁରେ ତାର ପରିବାର ଲୋକେ ନୀରବ ହୋଇଯାଇଛନ୍ତି । ତେଣୁ ତାର ମା’କୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ଦାବି ହୋଇଛି । ଅନ୍ୟପଟେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *