ନୂତନ କଲ୍ୟାଣ ମଣ୍ଡପ ଶୁଭ ଉଦ୍ଘାଟନ କଲେ ସଞ୍ଜୟ କୁମାର ଦାସ ବର୍ମା
ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ବିରବଳଭଦ୍ରପୁର ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ନୂତନ କଲ୍ୟାଣ ମଣ୍ଡପ ଶୁଭ ଉଦ୍ଘାଟନ କରିଛନ୍ତିି। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରଶାନ୍ତ ମିଶ୍ର, ସମିତି ସଭ୍ୟା ଶାନ୍ତିଲତା ମିଶ୍ର, ପୂର୍ବତନ ସରପଞ୍ଚ କାର୍ତ୍ତବିଯ୍ୟ ସ୍ଵାଇଁ, ପ୍ରକାଶ ମିଶ୍ର, ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ନବଘନ ପ୍ରଧାନ, ବରିଷ୍ଠ ଆଇନଜୀବି ସତ୍ୟଜିତ ଷଡ଼ଙ୍ଗୀ, ପୂର୍ବତନ ସରପଞ୍ଚ ସ୍ମୃତି ରଞ୍ଜନ ମହାପାତ୍ର, ସମିତି ସଭ୍ୟ କୈଳାସ ମିଶ୍ର ଓ ପଞ୍ଚାୟତର ମୁରବି ଉପସ୍ଥିତ ଥିଲେ।
