ମାତୃ ଭାରତୀ ମାଁ ମାନଙ୍କ ଦ୍ଵାରା ସପ୍ତଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ମାତୃ ଭାରତୀ ମାଁ ମାନଙ୍କ ଦ୍ଵାରା ସପ୍ତଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ lଭବାନୀପାଟଣା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବ୍ରଜ ବିହାର ଠାରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶା ପକ୍ଷରୁ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ମାତୃ ଭାରତୀର ମାଁ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି l ମାତୃ ଭାରତୀର ଜିଲ୍ଲା ଅଧ୍ୟକ୍ଷା ଅମୃତାଞ୍ଜଳୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହିଳା ସମନ୍ଵୟ ଓ ଧର୍ମ ଜାଗରଣ ସମନ୍ଵୟ ଜିଲ୍ଲା ସଂଯୋଜିକା ବଲବୀର କୌର, ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ଉପାଧ୍ୟକ୍ଷା ଡାକ୍ତର ହେମାଙ୍ଗିନୀ ମେହେର, କଳ୍ପନା ରଥ, ସ୍ନେହଲତା ଷଡ଼ଙ୍ଗୀ,ସବିତା ଦାଶ, ସୁଦେଷ୍ଣା ପଣ୍ଡା, ସମ୍ମାନିତ ଅତିଥି ଓ ରାଷ୍ଟ୍ର ସେବିକା ସମିତି ଜିଲ୍ଲା କାର୍ଯ୍ୟବାହିକା ପ୍ରତିଭା ଭୋଇ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ମାତୃ ଶକ୍ତିର ଜାଗରଣ ଓ ସପ୍ତଶକ୍ତି ସଙ୍ଗମ ବିଷୟରେ ଅଭିଭାଷଣ ରଖି ମା ର ଭୁମିକା ସମାଜ ଓ ରାଷ୍ଟ୍ର ଗଠନରେ କିପରି ସହାୟକ ଉପରେ କହିଥିଲେ l ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟା ସୁମତି ମୁଣ୍ଡଙ୍କ ସଂଯୋଜନା କରିଥିଲେ l ଆଚାର୍ଯ୍ୟା ରଶ୍ମିତା ପଣ୍ଡା ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ l ଏହି ମାତୃ ଭାରତୀ କାର୍ଯ୍ୟକ୍ରମ ରେ ସ୍କୁଲର ଶତାଧିକ ମା ମାନେ ଯୋଗ ଦେଇ ସପ୍ତଶକ୍ତି ବିଷୟରେ ଜାଣିପାରିଥିଲେ । ସୁକାନ୍ତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ବନ୍ଦେ ମାତରମ୍ ଗାନ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l

Leave a Reply

Your email address will not be published. Required fields are marked *