ସିଦ୍ଧି ବିନାୟକ ଟ୍ରଷ୍ଟ ପକ୍ଷରୁ ଶାଢ଼ୀ ଓ ଛତା ବଣ୍ଟନ

ସିଦ୍ଧି ବିନାୟକ ଟ୍ରଷ୍ଟ ପକ୍ଷରୁ ଶାଢ଼ୀ ଓ ଛତା ବଣ୍ଟନ

କାକଟପୁର : ପୁରୀ ଜିଲ୍ଲା କାକଟପୁର – ଅସ୍ତରଙ୍ଗ ମୁଖ୍ୟ ରାସ୍ତାର ଜିଉନ୍ତି ଠାରେ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଟ୍ରଷ୍ଟ ପକ୍ଷରୁ ୩ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ଜନ ସାଧାରଣ ମାନଙ୍କୁ ଶାଢ଼ୀ ଓ ଛତା ବଣ୍ଟନ କରାଯାଇଛି । ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନୂତନ ଟ୍ରଷ୍ଟ କାର୍ଯ୍ୟାଳୟ ଶୁଭ ଉଦଘାଟନ କରାଯାଇଥିଲା। ଟ୍ରଷ୍ଟ ସଭାପତି ସମାଜସେବୀ ସତ୍ୟପ୍ରିୟ ବେହେରାଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡ଼ିଓ ନାରାୟଣ ଦିକ୍ଷୀତ, ଉପଦେଷ୍ଟା ଶ୍ରୀଧର ନାୟକ, ସମ୍ପାଦିକା ତଥା ସିନେ ଅଭିନେତ୍ରୀ ବିଦ୍ୟୁସ୍ମିତା ମନ୍ତ୍ରୀ, ଅଭିନେତ୍ରୀ ସ୍ଵାତୀ ସାମଲ(ଜିନା), ହାସ୍ୟ ଅଭିନେତ୍ରୀ ଐଶ୍ୱର୍ୟା ବେହେରା, ହାସ୍ୟ ଅଭିନେତା ଗୁଲୁଆ ପ୍ରମୁଖ ଯୋଗଦେଇ ଥିଲେ । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବରିଷ୍ଠ ସମାଜସେବୀ ଓ ଶିକ୍ଷାବିତ୍ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ୧୫ ଗୋଟି ପଞ୍ଚାୟତ, କାକଟପୁର ବ୍ଲକର ୧୬ ପଞ୍ଚାୟତ, ଗୋପ ବ୍ଲକର ୧୦ ପଞ୍ଚାୟତ ଓ କୋଣାର୍କ ଅଂଚଳର ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ଜନ ସାଧାରଣ ମାନଙ୍କୁ ଶାଢ଼ୀ ଓ ଛତା ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ମାନଙ୍କୁ ତୀର୍ଥ ଭ୍ରମଣ ବ୍ୟବସ୍ଥା କରାଯିବ ଓ ସମସ୍ତଙ୍କ ସୁବିଧା ଅସୁବିଧାରେ ଟ୍ରଷ୍ଟ ପହଞ୍ଚି ସାହାଯ୍ୟ ସହଯୋଗ କାର୍ଯ୍ୟ କରିବ ବୋଲି ଟ୍ରଷ୍ଟ କାର୍ଯ୍ୟକାରୀ ସଭାପତି ତଥା ଯୁବନେତା ରାକେଶ ବିଶ୍ଵାଳ ମଞ୍ଚ ପରିଚାଳନା ବେଳେ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *