ଗଣ୍ଡାମେର ପଂଚାୟତରେ ସ୍ତ୍ରୀ ସରପଞ୍ଚ ସ୍ୱାମୀ ଠିକାଦାର

ସ୍ତ୍ରୀ ସରପଞ୍ଚ ଥିବା ବେଳେ ସ୍ୱାମୀ ସାଜିଛନ୍ତି ଠିକାଦାର । ସରପଞ୍ଚଙ୍କ ସ୍ୱାମୀପଞ୍ଚାୟତକୁ ନିଜ ଘର ଭଳି ବ୍ୟବହାର କରୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ପଞ୍ଚାୟତ କୁ ଯେଉଁସବୁ କାମ ଆସୁଛି ସବୁଥିରେ ସରପଞ୍ଚଙ୍କ ସ୍ୱାମୀ ହିଁ ସେହି କାମକୁ କରୁଛନ୍ତି ଓ ଦୁର୍ନୀତି କରି ମୋଟା ଅର୍ଥ ଆଦାୟ କରୁଛନ୍ତି । ଏଥିରେ ସହାୟତା ଦେଉଛନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ । ଗଣ୍ଡାମେର ପଞ୍ଚାୟତର ବାବେଗୁଡା ରେ ହେଉଥିବା ଆଉଟ ଲେଟ ଓ ଗାଡ଼ୱାଲ କାମରେ ବିନା ସୂଚନା ଫଳକରେ ହେଉଥିବା କାମକୁ ନେଇ ଅସନ୍ତୋଷ ବାବେଗୁଡା ଗ୍ରାମ ବାସିଙ୍କ ମଧ୍ୟରେ ଉତେଜନା ଦେଖାଯାଇଥିଲା । ପରେ ୫ଦିନପାଇଁ କାମ ବନ୍ଦ ଥିଲା ବିନାସୂଚନା ଫଳକ ଓ ଖରାପ ପଥର ର ବଡ ବଡ ମେଟାଲ ଦଉଥିଲେ ଓ ବିନା ପାଣି କ୍ଯୁରିଙ୍ଗ ନକରି କାମ ହେଉଥିବା ନେଇ ଗଣ୍ଡାମେର ପଂଚାୟତ ପିଇଓ ଡିସ୍ଟିକ ବଣୁଆ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା । ତେବେ ବିନା ସୂଚନା ଫଳକ ଓ ପାଣି କ୍ଯୁରିଙ୍ଗ ନକରି ହେବା ନେଇ ନିଜେ ପିଇଓ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ମୁ ସରପଞ୍ଚଙ୍କ ସ୍ୱାମୀ ବୃନ୍ଦାବନ ନାଏକ କୁ କହିଥିଲି ବୋଲି କହିଛନ୍ତି । ମନମୁତାବକ କାମ କରୁଥିବା ବେଳେ ପଂଚାୟତ ଅଧିକାରୀଙ୍କ ନୀରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଏନେଇ ବ୍ଲକ ପ୍ରଶାସନ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମ ବାସୀପକ୍ଷରୁ ଦାବିହେଉଛି

Leave a Reply

Your email address will not be published. Required fields are marked *