ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି ନିରଞ୍ଜନ

ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ହେଉଛି ପ୍ରମୁଖ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ରେ ଆଗକୁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି । ତେବେ କେବଳ ବିଜେପି ଏହି ନିର୍ବାଚନ ମଣ୍ଡଳୀ ରେ ବିଧାୟକ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । କଂଗ୍ରେସ ର ବରିଷ୍ଠ ନେତା ବାପି ସର୍ଖେଲ କଂଗ୍ରେସ ଦଳ ଛାଡିବା ପରେ ଯୁବ ନେତା ତଥା ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ନିରଞ୍ଜନ ନାୟକ କଂଗ୍ରେସ ର ମଙ୍ଗ ଧରିଛନ୍ତି । ନିରଞ୍ଜନ ଆଗାମୀ 2024 ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ନିର୍ବାଚନ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଂଚାୟତ ରେ କର୍ମୀ ସମ୍ମିଳନୀ କରିବା ସହିତ ଭୋଟର ମାନଙ୍କୁ ଭେଟୁଛନ୍ତି । ତେବେ ଆଗାମୀ ନିର୍ବାଚନ ରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ନିରଞ୍ଜନ ଆଶା ବାନ୍ଧିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ପାନୀୟ ଜଳ ଓ ଗମନାଗମନ ର ଉର୍ଣ୍ଣତି ତାଙ୍କର ପ୍ରାଥମିକତା ମୁଦା ରହିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *