ସରପଞ୍ଚଙ୍କ ନିଆରା ଜନ୍ମଦିନ ପାଳନ ରକ୍ତଦାନ ଶିବିର ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ।
ନିମାପଡ଼ା, ( ) ପବିତ୍ର ସୁନାବେଶ ଅବସରରେ ସରପଞ୍ଚ ଦେବାଶିଷ ଆଚର୍ଯ୍ୟ ନିଜର ପଂଚାୟତବାସୀଙ୍କୁ ଶୁଭେଚ୍ଛା ଶୁଭକାମନା ଜଣାଇବା ସହ ସମସ୍ତଙ୍କର ମଙ୍ଗଳା କାମନା କରିଛନ୍ତି। ନିମାପଡ଼ା ବ୍ଲକ ଅନ୍ତର୍ଗତ ସାଇଁଶ ପଂଚାୟତର ଆଦର୍ଶ ସରପଞ୍ଚ ତଥା ନେକ୍ସସ ହେଲ୍ପ ଫାଉଣ୍ଡେସନର ମାର୍ଗଦର୍ଶକ ଦେବାଶିଷ ଆଚାର୍ଯ୍ୟଙ୍କ ୪୪ତମ ଜନ୍ମ ଦିନପାଳନ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦୁର୍ଗାପୁରସ୍ଥିତ ନାରାୟଣୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଳଙ୍ଗା ଅଞ୍ଚଳର ଯୁବକ ଓ ଯୁବତୀମାନେ ଯୋଗଦେଇ ରକ୍ତଦାନ କରିିବାସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଜନ୍ମଦିନ ରକ୍ତଦାନ ଶିବିରରୁ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିରକୁ ସମାଜସେବୀ ତଥା ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ( ଟୁଲା ଭାଇନା) ଉଦଘାଟନ କରିଥିଲେ। କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ କେନ୍ଦ୍ରିୟ ରେଡ଼କର୍ସ ରକ୍ତ ଭଣ୍ଡାର କର୍ମଚାରୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମାଜସେବୀ ପ୍ରସନ୍ନ ଦାଶ ପଞ୍ଚାୟତ ସଭାପତି ନକୁଳ ଚନ୍ଦ୍ର ପ୍ରଧାନ ଓ ଉପ ସଭାପତି ଅରୁଣ କୁମାର ଜେନା ଓ ବଳଙ୍ଗା ଯୁବ ସଭାପତି ଓ ବିଜେପି ଦଳ ସାହାଯ୍ୟ ସହଯୋଗ କରିଥିଲେ। ନେକ୍ସ ହେଲ୍ପ ଫାଉଣ୍ଡେସନ ର ସଭାପତି ସୁବ୍ରତ ମଲ୍ଲିକ, ସଦସ୍ୟ ସର୍ବଜିତ୍ ମିଶ୍ର, ସଂଜିତ୍ ଖୋଟୋଇ,ସମ୍ବିତ କୁମାର ବିଶ୍ବାଳ, ସନ୍ତୋଷ କୁମାର ନାୟକ,ସତ୍ୟ ନାରାୟଣ ସାହୁ,ସତ୍ୟ ପ୍ରସାଦ ବଡ଼ଜେନା, , ସନ୍ତୁନୁ ସାହୁ, ସହଯୋଗ କରିଥିଲେ | ଶିବିରରୁ ସଂଗୃହିତ ରକ୍ତ ବ୍ଲୋଡ କ୍ୟାନ୍ସର ରୋଗୀ ମାନଙ୍କୁ ଯୋଗାଇ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି।
