କଳିଙ୍ଗ ସ୍ମାର୍ଟ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ
୧୫/୧୧/୨୫ ଶନିବାର ଦିନ ସକାଳ ୯. ୩୦ ଘଣ୍ଟିକା ଠାରୁ ୧୧ ଘଣ୍ଟିକା ପଯ୍ୟନ୍ତ କଳିଙ୍ଗ ସ୍ମାର୍ଟ ସ୍କୁଲ ଠାରେ ବିଜ୍ଞାନ, କଳା ଓ କାରିଗରୀ ମେଳା ଅନୁଷ୍ଠିତ ହୋଇଥିଲା l ଏହି କାଯ୍ୟକ୍ରମକୁ ଦି ବେଲ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ସିଦ୍ଧାର୍ଥ ରାୟ ଓ ସୂର୍ଯ୍ୟ ପୁଷ୍ଟି ବିଚାରକ ଯୋଗ ଦେଇଥିଲେ l ସମାଜସେବୀ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର, ସମାଜସେବୀ ଶ୍ରୀଯୁକ୍ତ ମନୋଜ କୁମାର ରଥ, ଶିଶୁ ସମାଚାର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ ପଣ୍ଡା, ଲା୍ୟାନ୍ସ କ୍ଳବ, ପୁରୀ ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଲାୟନ ରୁଦ୍ରନାରାୟଣ ରଥ, ଶ୍ରୀଯୁକ୍ତ ଲାୟନ ମନୋଜ ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ l ବିଜ୍ଞାନ ବିକାଶର ଏକ ମାଧ୍ୟମ l ୪୨ ଜଣ ଛାତ୍ରଛାତ୍ରୀ ଏଥିରେ ଏହି ବିଜ୍ଞାନ ମେଳାରେ ଭାଗ ନେଇଥିଲେ l ଏହା ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶ ସହିତ ବିଜ୍ଞାନ ପିଲାମାନଙ୍କ ଭିତରେ ବିକାଶ କରିବ ବୋଲି ଅତିଥି ମାନେ ମତ ଦେଇଥିଲେ l ଏହି କାଯ୍ୟକ୍ରମଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଲାୟନ ସଞ୍ଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷା ପ୍ରଜ୍ଞା ଶୁଭମିତା ପ୍ରତିହାରୀ, ଶିକ୍ଷୟତ୍ରୀ ଐଶ୍ଵରିଆ ମହାନ୍ତି, ପ୍ରିୟଙ୍କା ରଥ, ସାଗରୀକା ପ୍ରଧାନ, ବିଶ୍ୱଜିତା ମିଶ୍ର, ଜ୍ଞାନଜ୍ୟୋତି ସିଂ, ସନ୍ଧ୍ୟାରାଣୀ ବାରିକ, ମନ୍ଦାକିନୀ ପରିଡା, ଲିସ୍ପା ମହାନ୍ତି, ଦେବେନ୍ଦ୍ର ପ୍ରଧାନ, ବିପିନ ଭୋଇ, କବିତା ବେହେରା ଓ ମମତା କାଯ୍ୟକ୍ରମରେ ସହଯୋଗ କରିଥିଲେ l
