ପୁରୀ ଆଟିଷ୍ଟ ଆସୋସେଷନ୍ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ର ଦ୍ଵିତୀୟ ସନ୍ଧ୍ୟା

ପୁରୀ ଆଟିଷ୍ଟ ଆସୋସେଷନ୍ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ର ଦ୍ଵିତୀୟ ସନ୍ଧ୍ୟାର ନାଟକ ମଞ୍ଚସ୍ଥ ହୋଇ ଯାଇଛି ।ନାଟକ ପ୍ରାରମ୍ଭ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ,ଭଗବାନ ସୁଆର, ଆର୍ତ୍ତ ତ୍ରାଣ ଶତପଥୀ,ଅନୁଷ୍ଠାନର ସଭାପତି ଭରତ କୁମାର ନାୟକ,କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ସାହୁ,ସାଧାରଣ ସମ୍ପାଦକ ଶକ୍ତି ପ୍ରସାଦ ମହାନ୍ତି,ଉପଦେଷ୍ଟା ଚକ୍ରଧର ମହାପାତ୍ର, ପ୍ରସନ୍ନ କୁମାର ମିଶ୍ର,ଲକ୍ଷ୍ମୀଧର ପୂଜାପଣ୍ଡା ଏବଂ ରାଧେଶ୍ୟାମ ରଥ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ନାଟକ ର ପ୍ରଚାର ପ୍ରସାର ଅଭାବ ରୁ ଦର୍ଶକ ଙ୍କ ଉପସ୍ଥିତି ଖୁବ୍ କମ ହେଉଛି,ତେଣୁ ସମସ୍ତେ ଚେଷ୍ଟା କଲେ ଦର୍ଶକ ଭରପୁର ହେବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଏହାପରେ ମଞ୍ଚସ୍ଥ ହେବାକୁ ଥିବା ନାଟକ ଅଜାତି ର ନିର୍ଦ୍ଦେଶକ ବିକାଶ ଦତ୍ତ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ଏହାପରେ ନାଟକ ଅଜାତି ମଞ୍ଚସ୍ଥ କରାଯାଇଥିଲା

।ଯାହାର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦତ୍ତ ଏବଂ ରଚନା କରିଛନ୍ତି ସ୍ବର୍ଗତ ବିଜୟ ମହାନ୍ତି,ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କାଳି ଶଙ୍କର ମହାନ୍ତି ।ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ କୃଷ୍ଣଚନ୍ଦ୍ର ସାହୁ,ସମୀର ଶତପଥୀ,ଭାରତୀ ମହାପାତ୍ର,ପ୍ରତାପ କୁମାର ସାହୁ,ସବିତା ହରିଚନ୍ଦନ, ଶୁଭସ୍ମିତା ରାଉତରାୟ,ମନିଷା ମହାନ୍ତି,ପ୍ରଦୀପ ପ୍ରଧାନ,ବିକାଶ ଦତ୍ତ ,ରବି ନାରାୟଣ ତ୍ରିପାଠୀ,ଦୀପକ କୁମାର ମହାନ୍ତି,ଗଣେଶ ମହାପାତ୍ର,ଅଭ୍ୟୁଦୟ ଦାସ ,ନରସିଂହ ମହାପାତ୍ର,ପ୍ରତାପ କୁମାର ସାହୁ,ଦେବୀ ପ୍ରସାଦ ମିଶ୍ର,ଉମା ସାହା,ଗୋପୀନାଥ ପୂଜାପଣ୍ଡା,ଅନୁପ ପଟ୍ଟନାୟକ,ହିମାଂଶୁ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ ।ମଞ୍ଚ ପରିଚାଳନା କରିଥିଲେ ଶ୍ୟାମ ପ୍ରକାଶ ସେନାପତି ।ଶେଷରେ ଅନୁଷ୍ଠାନର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ପ୍ରଥମ ଦିନର କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *