ପୃଥକ ସଡକ ଦୁର୍ଘଟଣା
କାମାକ୍ଷାନଗର-:ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଡୋଲିଆ ଛକ ନିକଟରେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ତିନି ଗୁରୁତର, ଗୁରୁତର ତିନି ଜଣ ହେଲେ କୁଲାଙ୍ଗ ଗ୍ରାମର ଚମ୍ପାବତୀ ଜୁଆଙ୍ଗ, ଡୋଲିଆ ଗ୍ରାମର ଟୁନା ଜୁଆଙ୍ଗ, ଡଙ୍ଗାପାଲ ଗ୍ରାମର ଲାଲମୋହନ ବେହେରା। ସେହିପରି କାମାକ୍ଷାନଗର ଥାନା ଅନ୍ତର୍ଗତ ଶୁଣଡି କାଟେଣୀ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର। ଗୁରୁତର ଜଣଙ୍କ ହେଇଛନ୍ତି କାମରଦା ଗ୍ରାମର ଦୁଃଶାସନ ନାଏକ। ସୂଚନା ମୁତାବକ ସେ ରାସ୍ତା ରେ ଚାଲି ଚାଲି ଯିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ଫଳରେ ସେ ଘଟଣା ସ୍ଥଳରେ ପଡ଼ି ଯାଇଥିଲେ। ତେବେ ସ୍ଥାନୀୟ ଲୋକ ଦେଖିବା ପରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ତାଙ୍କୁ ଭର୍ତ୍ତି କରିଥିଲେ ।ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
