ଜିଲ୍ଲାପାଳଙ୍କ ସହରର ବିଭିନ୍ନ ନର୍ସିଂହୋମ ପରିଦର୍ଶନ
କାମାକ୍ଷାନଗର-ଢେଙ୍କାନାଳ ସହର ମଧ୍ୟରେ ଥିବା ଜଗନ୍ନାଥ ହସ୍ପିଟାଲକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ପରିଦର୍ଶନ କରିଛନ୍ତି। ପ୍ରାଇଭେଟ୍ ନର୍ସିଂହୋମ, ହସ୍ପିଟାଲ ଗୁଡିକରେ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ରେ ହେଲଥ୍ ସ୍ମାର୍ଟ କାର୍ଡ ର କାର୍ଯ୍ୟ କାରିତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଏହି ସ୍ମାର୍ଟ କାର୍ଡ ର ଉପକାରିତା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ ।ଜିଲ୍ଲାପାଳ ହସ୍ପିଟାଲ କର୍ତ୍ତୁପକ୍ଷ ଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ମଧ୍ୟ ଉତମ ସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି ।ଉକ୍ତ ହସ୍ପିଟାଲ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଅଶୋକ କୁମାର ଦାସ, ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
