ଭଦ୍ରକ ବିଧାନସଭା ଆସନ ରୁ ବିଜେପିରୁ ଲଢିବେ ଶିତାଂଶୁଶେଖରମହାପାତ୍ର

ଭାରତୀୟ ଜନତା ପାର୍ଟି ଆଜି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି, ପ୍ରଥମ ପର୍ଯ୍ୟାୟ ରେ ଘୋଷିତ ପ୍ରାର୍ଥୀ ତାଲିକା ରେ ଭଦ୍ରକ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀ ମଧ୍ଯ ରୁ ୩ ଟି ଆସନ ରେ କିଏ କିଏ ନିର୍ବାଚନ ଲଢିବେ ତାହା ସ୍ପଷ୍ଟ ହୋଇଛି, ବିଶେଷ କରି ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ଏକାଧିକ ଆଶାୟୀ ଥିବାରୁ ପ୍ରାର୍ଥୀତ୍ବ ନେଇ ଉତ୍କଣ୍ଠା ଲାଗି ରହିଥିଲା | ଶେଷରେ ଆଜି ଦଳ ନବାଗତ ଯୁବ ଚେହେରା ଶିତାଂଶୁ ଶେଖର ମହାପାତ୍ର ଙ୍କ ନାଆ ମୋହର ମାରିଛି | ଶହିଦ ଭଗତ ସେନା ଗଠନ କରି ଅନେକ ବର୍ଷ ହେଲା ଶିତାଂଶୁ ଯୁବ ବର୍ଗ ଙ୍କ ଅତି ପ୍ରିୟ ହୋଇ ପାରିଛନ୍ତି, ।

ସେନାର ଆବାହକ ରହି ସେନାପତି ହେବା ସହ ତାଙ୍କ ନିକଟରେ ବହୁ ଯୁବ ବର୍ଗ ରହି ସମାଜ ର ବିଭିନ୍ନ ବର୍ଗ ର ଲୋକ ସେବା କରିଆସୁଛନ୍ତି, ।ବିଶେଷ କରି ମେଡିକାଲ କେଶ ହେଉ କିମ୍ବା ଘରପୋଡି ସମୟ ରେ ଶିତାଂଶୁଶେଖର ପହଞ୍ଚି ପୀଡିତ ଙ୍କୁ ସହଯୋଗ ସହାୟତା କରିବାର ନିଆରା ପରିଚୟ ରହିଛି | ଏ ସବୁ କୁ ବିଚାରକୁ ନେଇ ବିଜେପି ତାଙ୍କୁ ମଇଦାନ କୁ ଛାଡିଛି | ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରେମୀ ସୋସିଆଲ ମିଡ଼ିଆ ରେ ଛାଇଗଲେ | ସେନା ର ସଦସ୍ଯ ହେମନ୍ତ ମହାପାତ୍ର ଯୁବ କଂଗ୍ରେସ ର ସଭାପତି ପଦ ରୁ ଇସ୍ତଫା ଦେଇ ବିଜେପି ରେ ଯୋଗ ଦେଇଛନ୍ତି,ସେନାର ସମସ୍ତ ସଦସ୍ଯ କହିଲେ ଏଥର ଆମର ନେତା ଶିତାଂଶୁ ଶେଖର ମହାପାତ୍ର ଓରଫ ଚନ୍ଦୁ ନନା ଅନେକ ଫ୍ୟାନ ମତ ରଖିଛନ୍ତି ତାଙ୍କ ପ୍ରାର୍ଥୀତ୍ବ ଜଣାପଡିବା ବେଳେ ଯୁବବର୍ଗ ଙ୍କ ଉତ୍ସାହ କୁ ନେଇ ଭଦ୍ରକ ରେ ହାଇ ଭୋଲଟେଜ ଲଢେଇ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି |

Leave a Reply

Your email address will not be published. Required fields are marked *