ରୋଗଶଯ୍ୟାରେ ଏକମାତ୍ର ରୋଜଗାରିଆ ଯୁବକ

ପେଟ ପାଇଁ କିଏ କେଉଁ ଉପାୟରେ ଅର୍ଥ ରୋଜଗାର କରେ | ଆଜି ର ଦୁନିଆ ରେ ମୁଠେ ଦାନା ପାଇଁ ମଣିଷ ଟିଏ ଅନେକ ପ୍ରଥା ଆପଣେଇଥାଏ, ଖାଲି ସେତିକି ନୁହେଁ ଆମ ରାଜ୍ୟ ଓଡିଶା ରେ ବେକାରୀ ସମସ୍ୟା ଏତେ ମାତ୍ରା ରେ ବୃଦ୍ଧି ଘଟୁଛି , ଆମ ଓଡିଆ ମାନେ ନିଜ ପରିବାର ଲୋକ ଙ୍କ ତୁଣ୍ଡ ରେ ଦାନା ଦେବା ପାଇଁ ଦାଦନ ଖଟିବାକୁ ଯାଉଛନ୍ତି | ଆଉ ବାହାର ରାଜ୍ୟ ରେ କାମ କରି ଅର୍ଥ ରୋଜଗାର କରେ ଆଉ ସେହି ପଇସା ରେ ସେ ଚିନ୍ତା କରେ ନିଜ ପରିବାର ର ପ୍ରତିପୋଷଣ କରିବାକୁ | ଶ୍ରମିକ ଜଣକ ରୋଗ ଶଯ୍ୟା ରେ ପଡ଼ିଯାଏ ତାହେଲେ ତା ପରିବାର ର ଦୁଃଖ କେତେ ଅସହ୍ୟ ହୋଇଥିବ |

ଏହିଭଳି ଏକ ଦୁଃଖଦାୟକ ପରିସ୍ଥିତି ଦେଖିବାକୁ ମିଳିଛି କାକଟପୁର ବ୍ଲକ ଜଳେଶ୍ୱରପଡା ପଞ୍ଚାୟତ ତରତ ଗ୍ରାମ ରେ | ଏହି ଗାଁ ରେ ୩୫ବର୍ଷ ର ଯୁବକ ବାବୁଲି ମହାନ୍ତି, ତାଙ୍କ ଗୋଟେ ୬ ବର୍ଷ ର ପୁଅ ଓ ସ୍ତ୍ରୀ କୁ ନେଇ ଏକ ଛୋଟ ଆଜବେଷ୍ଟ ଘରେ ରୁହନ୍ତି | ନା ଅଛି ଚାଷ କରିବାକୁ ଜମିବାଡ଼ି ନା ଆର୍ଥିକ ସହାୟତା | ବାବୁଲି ପଶ୍ଚିମବଙ୍ଗ ରାଜ୍ୟ ରେ ଫେବ୍ରୀକେସନ କାମରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି | ଆଉ ଗାଁ ରେ ତିନି ପ୍ରାଣୀ କୁଟୁମ୍ବ ବେଶ ଭଲ ରେ ଚଳିଯାନ୍ତି | କିନ୍ତୁ ବର୍ତ୍ତମାନ ବାବୁଲି ରୋଗଶଯ୍ୟା ରେ, ଆଉ କେଉଁ ରୋଗ ନୁହେଁ ଲିଭର କ୍ୟାନ୍ସର, ରୋଗ ଶଯ୍ୟା ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ବାବୁଲି, ଯେଉଁ ରୋଗ ରେ କୌଣସି ଅସ୍ତ୍ରୋପଚାର ହେଇପାରିବନି ବୋଲି କହିଛନ୍ତି ବିଶେଷଜ୍ଞ, କେବଳ ଔଷଧ ଆଉ ମାସକୁ ରକ୍ତ ନେଲେ ବାବୁଲି କିଛି ବର୍ଷ ବଞ୍ଚିଯିବେ, ବର୍ତ୍ତମାନ ବାବୁଲି ଙ୍କ ଘରେ ମୁଠେ ଚାଉଳ କିଣିବାକୁ ପଇସା ନାହି | ଏତେ ବଡ଼ ରୋଗ ପାଇଁ ମାସିକ ଦଶ ହଜାର ଟଙ୍କା ର ଚିକିତ୍ସା କରିବେ ବା କିପରି | ଯାହା ବାବୁଲି ଙ୍କ ପରିବାର ପାଇଁ ହେଇଯାଇଛି ମୁଖ୍ୟ ସମସ୍ୟା | ଗୋଟେ ପଟେ ଗରିବି, ଅନ୍ୟ ପଟେ ରୋଗ ର ଯନ୍ତ୍ରଣା, ବୋଝ ଉପରେ ନଳିତା ବିଡା | ବାବୁଲି ଙ୍କୁ ଆହାଃ ପଦେ ବୋଲିବାକୁ କେହି ନାହାନ୍ତି | ସରକାରୀ ସାହାଯ୍ୟ କହିଲେ କେବଳ ରାସନ କାର୍ଡ ରେ ଚାଉଳ, କିନ୍ତୁ ଅନ୍ୟ ସାହାଯ୍ୟ କିଛି ବି ନାହି | ତେଲ ଥିଲେ ଲୁଣ ନାହି, ଯାହା ଯେମିତି ମିଳିଲା ତାକୁ ଗଣ୍ଡେ ଫୁଟେଇ ପେଟ କୁ ଟିକେ ଆହାର ଯୋଗାଇ ଥାନ୍ତି, ଅନ୍ୟଥା କିଛି ବି ନାହି | ସ୍ବପ୍ନ ଥିଲା ବାବୁଲି ଙ୍କର ଗୋଟେ ଛୋଟ ପରିବାର, ପୁଅ ଟିକୁ ପାଠ ପଢ଼େଇ ବି, ହାକିମ କରିବି, ଯେତେ କଷ୍ଟ ହେଉ ଖଟିବି ଆଉ ପଇସା ରୋଜଗାର କରିବି, ଭଲ ଘର ଟିଏ ତୋଳିବି ଆଉ ପୁଅ ଟାକୁ ମଣିଷ କରିବି କିନ୍ତୁ ସବୁ ସ୍ବପ୍ନ ସ୍ବପ୍ନ ରେ ରହିଗଲା | ଦଇବ ବାବୁଲି ଙ୍କ ପରିବାର ଉପରେ ଦାଉ ସାଧିଲା | ସତେ ଯେପରି ଗୋଟେ ଖୁସି ର ପରିବାର ଉପରେ କାହା ନଜର ଲାଗିଯାଇଛି | ଧାର କରଜ କରି ଆଉ କେତେଦିନ ରକ୍ତ ଓ ଔଷଧ ଆଣିବେ | ଏବେ ସବୁ ଆଶା ତାଙ୍କ ର ଭାଙ୍ଗିଯାଇଛି | ଯଦି ସରକାର କି କିଛି ସହୃଦୟ ବ୍ୟକ୍ତି ବାବୁଲି ଙ୍କ ପରିବାର କିଛି ସାହାଯ୍ୟ ପ୍ରଦାନ କରିବେ ତାହେଲେ ଆଉ କିଛି ଦିନ ବାବୁଲି ଶାନ୍ତି ରେ ବଞ୍ଚିପାରିବେ |

Leave a Reply

Your email address will not be published. Required fields are marked *