ପୁରୀରେ ଶ୍ରୀ ଲୋକନାଥ ପ୍ରଦର୍ଶିନ
ଓଡ଼ିଆ ଚଳଚ୍ଚିତ୍ର ସଂସ୍କୃତିର ପୂନର୍ଜାଗରଣ ପାଇଁ ଆହ୍ୱାନ
ପୁରୀ- ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୁଡ଼ିକରେ ଆମ ସଂସ୍କୃତି ଓ ପରମ୍ପରା ର ଗୈାରବ ଦେଖିବାକୁ ମିଳେ। ସେଶବୁ କ୍ରମେ କ୍ରମେ ହଜି ଯାଉଛି। ସଂସ୍କୃତର ପୂନର୍ଜାଗରଣ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ରାଜ୍ୟ ଯୋଜନା ବୋର୍ଡ ପୂର୍ବତନ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀ ସଞ୍ଜୟ କୁମାର ଦାସ ବର୍ମା ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ସ୍ଥାନୀୟ ପୈାର ସଦନ ପ୍ରେକ୍ଷାଳୟରେ ୬୨ ବର୍ଷ ତଳେ ନିର୍ମିତ ପ୍ରଥମ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡ଼ିଆ କଥାଚିତ୍ର “ଶ୍ରୀ ଲୋକନାଥ” ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଦାସ ବର୍ମା ପୁରୀ କୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ର ଏନ୍ତୁଡ଼ିଶାଳ ଭାବରେ ବର୍ଣ୍ଣନା କରିଛନ୍ତି।
ଫିଲ୍ମ ଜର୍ଣାଲିଷ୍ଟ ଫୋରମ୍ ର ସୈାଜନ୍ୟ ରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆରମ୍ଭ ରେ ଓଡ଼ିଆ ସିନେମାର ଜନକ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଙ୍କ ଫଟୋଚିତ୍ର ରେ ଶ୍ରୀ ଦାସ ବର୍ମାଙ୍କ ସହିତ ବିଶିଷ୍ଟ କବି ହରିହର ମିଶ୍ର ଓ ସମାଜସେବୀକା ଶ୍ରୀମତୀ ପ୍ରତିମା ମିଶ୍ର ମାଲ୍ୟାର୍ପଣ କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ପରଲୋକ ଗମନ କରିଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତ ସମ୍ପୁକ୍ତ ବ୍ୟକ୍ତି ବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦର୍ଶିତ ହେବ ସହିତ ସେମାନଙ୍କ ଉଦେଶ୍ୟ ରେ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଶ୍ରୀ ଲୋକନାଥ ସମ୍ପର୍କିତ ଏକ ରଙ୍ଗୀନ ତଥ୍ୟ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଏହି ଚଳଚ୍ଚିତ୍ର ସହ ସମ୍ପୃକ୍ତ ପ୍ରସିଦ୍ଧ ଗାୟକ ପ୍ରଣବ କିଶୋର ପଟ୍ଟନାୟକ, ଅଭିନେତ୍ରୀ କମଳ କୁମାରୀ ମହାପାତ୍ର ( ଝୁନି), ଅଭିନେତା ଇନ୍ଦ୍ରଜିତ ଘୋଷ ଓ ସତ୍ଵାଧିକାରୀ ଲୋକନାଥ ରାଉତରାୟ ଏବଂ ପୂର୍ଣ୍ଣର ଉଧାର ସହଯୋଗୀ କୈଶିକ ନାଥଙ୍କୁ ସମ୍ମାନିତ କରାଯାଇଥିଲା। କବି ରକ୍ଷକ ନାୟକ କାର୍ଯ୍ୟକ୍ରମ ସଞ୍ଜୋଯନା କରିଥିବା ବେଳେ ଫିଲ୍ମ ଜର୍ଣାଲିଷ୍ଟ ଫୋରମ୍ ପକ୍ଷରୁ ସୂର୍ଯ୍ୟ ଦେଓ ପ୍ରାରମ୍ଭିକ ସୁଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର, ସଂଗୀତକାର ବଦ୍ରି ମିଶ୍ର, ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଡକ୍ଟର ଚିତ୍ତରଂଜନ ପାଣି, ଆଲୋକ ମହାପାତ୍ର, ଶ୍ରୀକାନ୍ତ ମହାନ୍ତି, ସୁରେନ୍ଦ୍ର ନାଥ ଦାଶ, ରାଜକିଶୋର ପାତ୍ର,ସୂର୍ଯ୍ୟ ମିଶ୍ର, ଦିବାକର ପାତ୍ର, ଶ୍ରୀକାନ୍ତ ମହାନ୍ତି, ନାରାୟଣ ପ୍ରସାଦ ସିଂହ, ଅଜୟ କୁମାର ପ୍ରଧାନ, ଲକ୍ଷ୍ମୀକାନ୍ତ ମହାପାତ୍ର, ସୁଶିଲ ପୁହାଣ ଓ ଶ୍ୟାମ ପ୍ରକାଶ ସେନାପତିଙ୍କ ସମେତ ଏହି ଚଳଚ୍ଚିତ୍ର ଦେଖିବାକୁ ପୁରୀ, ଭୁବନେଶ୍ୱର, କଣାସ, ସତ୍ୟବାଦୀ, ବ୍ରହ୍ମଗିରି ଓ ପିପିଲି ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଗବେଷକ ଓ ସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ।
